www.samajalive.in
Saturday, December 13, 2025
26.1 C
Bhubaneswar

ଇପିଏଫଓ : ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ୨୦୨୧ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ :  ପେନ୍‍ସନଭୋଗୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମାକୁ କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ ଆସନ୍ତାବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା ୩୫ଲକ୍ଷ ପେନ୍‍ସନଭୋଗୀ ଉପକୃତ ହେବେ। କୋବିଡ୍‍ ସଂକ୍ରମଣ ଦୃଷ୍ଟିରୁ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବା ଯୋଗୁଁ ଏଭଳି ପଦକ୍ଷେପ
ନିଆଯାଇଛି।

ପୂର୍ବରୁ ନଭେମ୍ବର ୩୦ ତାରିଖ ସୁଦ୍ଧା ଜୀବନପ୍ରମାଣପତ୍ର ଦାଖଲ କରିବାକୁ ପେନ୍‍ସନଭୋଗୀମାନଙ୍କ ପାଇଁ ସମୟସୀମା ଧାର୍ଯ୍ୟ
କରାଯାଇଥିଲା। ପ୍ରତିବର୍ଷ ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ। ଏଥିପାଇଁ ସେମାନେ ବିଭିନ୍ନ ଉପାୟରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ୩ଲକ୍ଷ ୬୫ହଜାର ସାଧାରଣ ସେବା କେନ୍ଦ୍ର ଜରିଆରେ ସେମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ତାଛଡ଼ା ସେମାନେ ପେନସନ୍‍ ପାଉଥିବା ବ୍ୟାଙ୍କ୍‍ ଶାଖା,୧ ଲକ୍ଷ ୩୬ହଜାର ଡାକଘର ଓ ୧ ଲକ୍ଷ ୯୦ହଜାର ପୋଷ୍ଟମ୍ୟାନ୍‍ ଓ ଗ୍ରାମୀଣ ଡାକସେବକଙ୍କ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ଏଥିସହିତ ନଭେମ୍ବର ମାସ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ କରିପାରିନଥିବା ୩୫ଲକ୍ଷ ପେନ୍‍ସନ୍‍ ଭୋଗୀଙ୍କର ପେନସନ୍‍ ବନ୍ଦ କରାଯିବ ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories