www.samajalive.in
Saturday, December 6, 2025
26.1 C
Bhubaneswar

ପରୀ ହତ୍ୟାକାଣ୍ଡକୁ ନେଇ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡକୁ ବିରୋଧ କରି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। । ସମ୍ବଲପୁର କଚେରୀ ରୋଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ୟ୍ୟାଳୟରୁ ଏକ ମହିଳା ମୋର୍ଚ୍ଚା କର୍ମୀ ଓ ପଦାଧିକାରୀ ମାନେ ଏକ ଶୋଭାଯାତ୍ରା ବାହାରି କଚେରୀ ଛକ ଠାରେ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଅରୁଣ ସାହୁଙ୍କ ଇସ୍ତଫା ଦାବି, ଘଟଣା ର ସି.ବି.ଆଇ ତଦନ୍ତ ଦାବି, ହତ୍ୟାକାରୀର ଶୀଘ୍ର ଗିରଫଦାରୀ ଦାବି କରିଥିଲେ । ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ଅନ୍ନପୂର୍ଣ୍ଣା ବାରିକଙ୍କ ନେତୃତ୍ୱରେ ଆରତୀ ବରାଡ଼, ସୁଷମା ସାହୁ, ସବିତା ନନ୍ଦ, ଶଲୀଳା ପଣ୍ଡା, ବିଦ୍ୟୁତପ୍ରଭା ଯୋଶୀ, ରୁଣୁ ପ୍ରଧାନ, ପୁଷ୍ପାଞ୍ଜଳି ଜେନା, ତନୁଶ୍ରୀ ରାଣା, ଲକ୍ଷ୍ମୀ ସାହୁ, ଲକ୍ଷ୍ମୀ ଜେନା, ଶିତାକାନ୍ତି ମେସୁଆ, ମେଜ ସାହୁ, ଭବାନୀ ଦୁଷର, ଅନୁଶୟା ସାମଲ, ପୂର୍ଣବାସୀ ପଣ୍ଡା, ମେଜ ସାହୁ, ସୁରମା ପୋଢ଼, ମଞ୍ଜୁ ସିଂ, ସେବତୀ ପଟ୍ଟନାୟକ, ସଞ୍ଜୁ ସାହୁ, କମଳା ସାହୁ, ମମତା ବାଗ, କାଞ୍ଚନ ଲୁହା, ଡା.ସୀମା ବରୀହା, ଭଗବତୀ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories