www.samajalive.in
Friday, December 12, 2025
19.1 C
Bhubaneswar

ଆନ୍ଦୋଳନ ପାଇଁ ଦିଲ୍ଲୀରେ କୃଷକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିବା ପଞ୍ଜାବର କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ଦିଆଯାଇଛି। ‘ଦିଲ୍ଲୀ ଚଲୋ’ ନାମରେ ଶୋଭାଯାତ୍ରାରେ ବାହାରିଥିବା କୃଷକଙ୍କୁ ଦିଲ୍ଲୀର  ବୁରାରି ଅଞ୍ଚଳରେ ଥିବା ନିରଙ୍କରି ସମାଗମ ଗ୍ରାଉଣ୍ଡରେ ବିକ୍ଷୋଭ କରିବାକୁ ପ୍ରଶାସନ ଅନୁମତି ଦେଇଛି। ଦିଲ୍ଲୀ-ହରିୟାଣା ଟିକ୍ରି ସୀମା ଦେଇ କୃଷକମାନେ ଦିଲ୍ଲୀରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଆନ୍ଦୋଳନକାରୀ କୃଷକଙ୍କୁ ଆଲୋଚନା ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଡାକିଛନ୍ତି। ଡିସେମ୍ବର ୩ରେ ଏହି ଆଲୋଚନା ହେବ। ଶୁକ୍ରବାର ତୋମାର କହିଛନ୍ତି ‘ମୁଁ କୃଷକମାନଙ୍କୁ ନିବେଦନ କରୁଛି ସେମାନେ ଆନ୍ଦୋଳନ ଛାଡି କଥାବାର୍ତ୍ତା ପାଇଁ ଆସନ୍ତୁ। କୃଷକମାନଙ୍କ ଲାଭ ପାଇଁ ଆମେ ଆଇନ କରିଛୁ ଓ ଏହି ସରକାର କୃଷକ ସପକ୍ଷବାଦୀ।’ ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କେନ୍ଦ୍ର ସରକାର ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ। କଥାବାର୍ତ୍ତା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ହୋଇପାରିବ। କୃଷକମାନଙ୍କୁ ଆନ୍ଦୋଳନ ଲାଗି ଦିଲ୍ଲୀ ଯିବାକୁ ଅନୁମତି ଦିଆଯିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସ୍ବାଗତ କରିଛନ୍ତି।

କୃଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବା ପରେ ଦିଲ୍ଲୀ ସରକାର ନିରଙ୍କରି ସଂଗ୍ରାମ ପଡିଆରେ ଆବଶ୍ୟକ ବ୍ୟବସ୍ଥା କରିଛି। ଦିଲ୍ଲୀରେ ଆନ୍ଦୋଳନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକମାନେ କୃଷକମାନଙ୍କୁ ସ୍ବାଗତ କରିଛନ୍ତି। ବିଧାୟକମାନେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନ କଳା ଆଇନ। ତେଣୁ ଏହାକୁ ପ୍ରତ୍ୟାହାର କରାଯିବା ଦରକାର। ସେମାନେ କହିଛନ୍ତି ଯେ ପଞ୍ଜାବର କୃଷକମାନେ ବହୁତ ସଂଘର୍ଷ କରି ଦିଲ୍ଲୀରେ ପହଞ୍ଚିଛନ୍ତି। ଆନ୍ଦୋଳକାରୀ କୃଷକଙ୍କୁ ଗିରଫ କରି ରଖିବା ଲାଗି ଦିଲ୍ଲୀର ୯ଟି ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବାକୁ ଦିଲ୍ଲୀ ପୁଲିସର ଆବେଦନକୁ ଦିଲ୍ଲୀ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ଗୁରୁବାର ବିକ୍ଷୋଭକାରୀ କୃଷକମାନେ ଦିଲ୍ଲୀ ଆସୁଥିବା ବାଟରେ ପଞ୍ଜାବ-ହରିୟାଣା ସୀମାରେ ରୋକାଯାଇଥିଲା। କୃଷକମାନେ ପୁଲିସ ଉପରକୁ ଟେକା ପଥର ମାଡ କରିବା ସହିତ ବାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଫଳରେ ସେମାନଙ୍କୁ ଅଟକାଇବା ଲାଗି ପୁଲିସ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ କରିଥିଲା। ଅନ୍ୟପଟେ ଦିଲ୍ଲୀ ଚଲୋ ଆହ୍ବାନରେ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ସାମିଲ ହୋଇଛନ୍ତି। ଭାରତୀୟ କିଷାନ ୟୁନିୟନର ଆହ୍ବାନକ୍ରମେ ମିରଟ, ମୁଜାଫରନଗର, ଭାଗପତ, ଗୌତମବୁଦ୍ଧ ନଗର ଓ ଅନ୍ୟାନ୍ୟ ଜିଲାର କୃଷକମାନେ ଗ୍ରେଟର ନଇଡାରେ ପହଞ୍ଚିଥିବାବେଳେ ସେମାନଙ୍କୁ ପୁଲିସ ଅଟକାଇଛି। ଶୁକ୍ରବାର ମଧ୍ୟ ଆନ୍ଦୋଳନକାରୀ କୃଷକମାନଙ୍କୁ ହରିୟାଣା ସୀମାରେ ପାଣି ମାଡ କରାଯାଇଥିଲା।

- Advertisement -

ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ
ଦିଲ୍ଲୀ ଆସୁଥିବା କୃଷକଙ୍କ ମଧ୍ୟରୁ ଜଣଙ୍କର ଶୁକ୍ରବାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ହରିୟାଣାର ଭିୱାନୀ ନିକଟ ମୁନ୍ଧଲ ଗ୍ରାମଠାରେ ସକାଳେ ଏକ ଟ୍ରକ ପଞ୍ଜାବର ମାନ୍‌ସା ଜିଲାବାସୀ କୃଷକ ତାନ୍ନା ସିଂହ(୪୦)ଙ୍କ ଟ୍ରାକ୍ଟରକୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ବ୍ୟାରିକେଡ ନିକଟରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକଟି ଦ୍ରୁତ ଗତିରେ ଆସି ତାନ୍ନାଙ୍କ ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେଇଥିଲା। ତାନ୍ନାଙ୍କ ମୃତଦେହ ଦେବାକୁ କୃଷକମାନେ ମନା କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories