www.samajalive.in
Friday, December 12, 2025
19.1 C
Bhubaneswar

ପାକିସ୍ତାନ ଗୁଳିରେ ପୁଣି ଦୁଇ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କଶ୍ମୀର ସୀମାନ୍ତରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଶୁକ୍ରବାର ଦୁଇ ଯବାନଙ୍କ ପ୍ରାଣହାନି ଘଟିଛି। ଗୁରୁବାର ସମାନ ଘଟଣାରେ ଜଣେ କନିଷ୍ଠ ସେନା ଅଧିକାରୀ (ଜେସିଓ) ସହିଦ ହୋଇଥିଲାବେଳେ ଶ୍ରୀନଗର ନିକଟରେ କର୍ତ୍ତବ୍ୟରତ ସୁରକ୍ଷାବାହିନୀ ଉପରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ମଧ୍ୟ ସହିଦ ହୋଇଥିଲେ। ଶୁକ୍ରବାର ରାଜୌରି ଜିଲା ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ସେନା ଉପରକୁ ଗୁଳି ଚଳାଇଥିଲା। ଏଥିରେ ରାଇଫଲ୍‌ମ୍ୟାନ୍‌ ସୁଖବୀର ସିଂହ ଓ ନାଏକ ପ୍ରେମ ବାହାଦୁର ଖତ୍ରି ଗୁରୁତର ଆହତ ହୋଇଥିଲେ। ପରେ ଡାକ୍ତରଖାନାରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନ ସେନା ଉପରେ ଆକ୍ରମଣ କରିଥିଲେ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳି ନାହିଁ। ଗୁରୁବାର ଅପରାହ୍ଣରେ ପୁଞ୍ଚ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳ ଫରୱାର୍ଡ ପୋଷ୍ଟ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିରେ ଜେସିଓ ସୁବେଦାର ସ୍ବତନ୍ତ୍ର ସିଂହ ସହିଦ ହୋଇଥିଲେ ଓ ଅନ୍ୟ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories