www.samajalive.in
Wednesday, December 10, 2025
14.1 C
Bhubaneswar

କଙ୍ଗନାଙ୍କ ବଙ୍ଗଳା ଭଙ୍ଗା ପ୍ରସଙ୍ଗ: ବିଏମସି ବିରୋଧରେ ଅଦାଲତ ରାୟ ପରେ ଏମିତି କହିଲେ ସୋନା ମହାପାତ୍ର

ମୁମ୍ବାଇ: କଙ୍ଗନା ରଣାୱତଙ୍କ ମୁମ୍ବାଇ ବଙ୍ଗଳା ଭଙ୍ଗାଯିବା ଘଟଣାକୁ ନେଇ ହାଇକୋର୍ଟ ବିଏମସିକୁ ତାଗିଦ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ଏହାକୁ ନେଇ କଙ୍ଗନା ଖୁସି ବ୍ୟକ୍ତ କରିଛନ୍ତି ଓ ଏହା ତାଙ୍କର ନୁହେଁ, ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି । ଅନ୍ୟପକ୍ଷରେ କଙ୍ଗନାଙ୍କ ସପକ୍ଷରେ ରାୟ ଆସିବା ପରେ ମୁହଁ ଖୋଲିଛନ୍ତି ବଲିଉଡ଼ର ଓଡ଼ିଆ ଗାୟିକା ସୋନା ମହାପାତ୍ର । ସେ   ବିଏମସିର କ୍ଷମତାର ଅପବ୍ୟବହାରକୁ ନିନ୍ଦା କରିବା ସହ ଅଦାଲତର ରାୟକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ଏକ ‘ଆଇନଗତ ଅସଦାଚରଣ’ ମାମଲା।  ଏହାକୁ ‘ପ୍ରତିଶୋଧପରାୟଣତା ଏବଂ ଦୁଷ୍ଟ’ କାର୍ଯ୍ୟ ବୋଲି  ଅଭିହିତ କରି ସୋନା ମହାପାତ୍ର ଲେଖିଛନ୍ତି “ହଁ ଏହି କାର୍ଯ୍ୟ କ୍ଷମତାର ଅପବ୍ୟବହାର, ପ୍ରତିଶୋଧପରାୟଣ, ବଳାତ୍କାର ପରି ଘଟଣା ।

- Advertisement -

ସୂଚନାଯୋଗ୍ୟ ଯେ  ସେପ୍ଟେମ୍ବର ୯ ରେ କଙ୍ଗନାଙ୍କ ପାଲି ହିଲ ବଙ୍ଗଳାରେ କାର୍ଯ୍ୟାଳୟର ଅନେକ ଅଂଶ ଭାଙ୍ଗି ଦେଇଥିଲା ବିଏମସି । ଏହାକୁ  ବେଆଇନ ବୋଲି ଦାବି କରି କଙ୍ଗନା ବିଏମସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଅଦାଲତ କହିଛନ୍ତି ଯେ ବିଏମସି ଖରାପ ଉଦ୍ଦେଶ୍ୟ ନେଇ ଏହି ପଦକ୍ଷେପ ନେଇଛି ଏବଂ ଭୁଲ ଉଦ୍ଦେଶ୍ୟରେ କଙ୍ଗନାଙ୍କ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି। ଏହା ମଧ୍ୟ ନାଗରିକଙ୍କ ଅଧିକାରର ବିରୋଧାଚରଣ କରୁଛି ବୋଲି ଅଦାଲତ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories