www.samajalive.in
Wednesday, December 10, 2025
14.1 C
Bhubaneswar

ପୁଣି ରାହୁଳଙ୍କ କଟାକ୍ଷ: ଦେଶର ଆର୍ଥିକ ଦୁର୍ଗତି ଲାଗି ମୋଦୀ ଦାୟୀ

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ପ୍ରସଙ୍ଗରେ କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରୁଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସିକରେ ଦେଶର ଜିଡ଼ିପି ୭.୫% ହ୍ରାସକୁ ନେଇ ଶୁକ୍ରବାର ରାହୁଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଛନ୍ତି । ଦେଶର ଆର୍ଥିକ ଦୁର୍ଗତି ଲାଗି ପ୍ରଧାନମନ୍ତ୍ରୀ ଦାୟୀ ବୋଲି କହିଛନ୍ତି ।

- Advertisement -

ଟ୍ବିଟ୍ କରି ରାହୁଳ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ପ୍ରଥମ ଥର ପାଇଁ ଦୁର୍ଗତି ଭୋଗିଛି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତିନି କୋଟି ଲୋକ ଏବେ ମଧ୍ୟ ମନରେଗାରେ କାମ ପାଇଁ ଅପେକ୍ଷା କରି ବସିଛନ୍ତି । କେବଳ  ଆଦେଶ ଜାରି କରି ଅର୍ଥନୀତି ପ୍ରଗତି ପଥରେ ନିଆଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଏହି ମୌଳିକ କଥା ବୁଝିବା ଆବଶ୍ୟକ।

ପ୍ରକାଶିତ ତଥ୍ୟ ଅନୁଯାୟୀ ଉତ୍ପାଦନ କ୍ଷେତ୍ର ଜିଡିପିରେ ୭.୫ ପ୍ରତିଶତ ହ୍ରାସ ଘଟିଛି। ଅର୍ଥନୀତିଜ୍ଞମାନେ କରୋନା ଏହାଠାରୁ ବଡ଼ କ୍ଷତି କରିବ ବୋଲି ଆଶା କରୁଥିଲେ ହେଁ ତାହା ୭.୫%ରେ ଅଟକିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories