www.samajalive.in
Saturday, December 13, 2025
18.1 C
Bhubaneswar

ନାଗାର୍ଜୁନ ବେଶ ଇତିହାସ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କେବେଠାରୁ ନାଗାର୍ଜୁନ ବେଶ କରାଯାଉଛି ସେଥିନେଇ କୌଣସି ନିର୍ଦିଷ୍ଟ ତଥ୍ୟ ମିଳୁନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନଥିବା ଜଣାପଡିଛି। ନାଗାର୍ଜୁନ ବେଶର ଉତ୍ପତ୍ତି ଷୋଡ଼ଶ ଶତାବ୍ଦୀ ପରେ ହୋଇଥିବା କେତେକ ଗବେଷକ ମତ ଦେଇଛନ୍ତି। ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ସହ ନାଗାବେଶର ନିବିଡ ସମ୍ପର୍କ ରହିଛି। ନାଗାର୍ଜୁନଙ୍କ ସମ୍ପର୍କରେ ମହାଭାରତର ସଭାପର୍ବରେ ଉଲ୍ଲେଖ ଥିବାରୁ ଏହି ବେଶ ଅତ୍ୟନ୍ତ ପ୍ରାଚୀନ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ମତ ଦେଉଛନ୍ତି। ଦ୍ବାପର ଯୁଗରେ ନାଗାର୍ଜୁନଙ୍କ ଚରିତ୍ର ସମ୍ପର୍କରେ ପୌରାଣିକ ତଥ୍ୟ ରହିଛି। ପ୍ରତ୍ୟେକବର୍ଷ କାର୍ତ୍ତିକ ପଞ୍ଚୁକରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଏବଂ ରାଜାଧିରାଜ ବେଶ କରାଯାଏ। ଏହାଛଡା କାର୍ତ୍ତିକମାସରେ ମହାପ୍ରଭୁ ରାଧାଦାମୋଦର ବେଶ ଏବଂ ହରିହର ବେଶ ହୋଇଥାଆନ୍ତି। ଯେଉଁବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ପରିବର୍ତ୍ତେ ୬ଦିନ ପଡେ ମଳତିଥିରେ ପ୍ରଭୁଙ୍କୁ ନାଗାର୍ଜୁନ ବେଶ କରାଯାଏ। ଯେବେଠାରୁ ପଞ୍ଚୁକବେଶ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଛି ସେବେଠାରୁ ନାଗାର୍ଜୁନ ବେଶ କରାଯାଉଥିବା କେହି କେହି ମତ ଦେଉଛନ୍ତି। ଆଉକିଛି ଗବେଷକଙ୍କ ମତରେ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭଠାରୁ ନାଗାର୍ଜୁନ ବେଶ ପ୍ରଚଳନ କରାଯାଇଛି। ରାମାନନ୍ଦୀ ସମ୍ପ୍ରଦାୟର ନାଗାସାଧୁଙ୍କ ଶ୍ରୀକ୍ଷେତ୍ରରେ ଆଗମନ ଓ ଅବସ୍ଥାନଠାରୁ ଶ୍ରୀଜଗନ୍ନାଥଙ୍କୁ ନାଗାବେଶ କରାଯାଉଥିବା କିଛି ଗବେଷକ ପ୍ରକାଶ କରିଛନ୍ତି। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିବାରୁ ଏହାର ସ୍ମୃତିସ୍ବରୂପ ଶ୍ରୀଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଉଥିବା ମତ ପ୍ରକାଶ ପାଇଛି। ନାଗାବେଶର ଉତ୍ପତ୍ତି ସମ୍ପର୍କରେ କୌଣସି ନିର୍ଦିଷ୍ଟ ପ୍ରାମାଣିକ ତଥ୍ୟ ମିଳୁନାହିଁ। ତେବେ ୨୬ ନଭେମ୍ବର ୧୯୬୬, ୧୬ ନଭେମ୍ବର ୧୯୬୭, ୩ ନଭେମ୍ବର ୧୯୬୮, ୨୬ ନଭେମ୍ବର ୧୯୯୩ ଏବଂ ୧୬ ନଭେମ୍ବର ୧୯୯୪ରେ ଦାରୁବ୍ରହ୍ମଙ୍କୁ ଶ୍ରୀମନ୍ଦିର ରତ୍ନସିଂହାସନରେ ନାଗାର୍ଜୁନ ବେଶ କରାଯାଇଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories