www.samajalive.in
Saturday, December 13, 2025
21.1 C
Bhubaneswar

ଲାଲୁ ଯାଦବଙ୍କ ବିରୋଧରେ ଥାନାରେ ଏତଲା: ବିଧାନସଭାରେ ଅନୁପସ୍ଥିତ ରହିବାକୁ ଦେଇଥିଲେ ମନ୍ତ୍ରୀ ପଦ ଲୋଭ

ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ବିଜେପି ବିଧାୟକ ଲଲାନ ପାସୱାନ ଆଜି ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କ ବିରୋଧରେ ପାଟନାରେ ଏଫଆଇଆର ଦାଖଲ କରିଛନ୍ତି।  ରାଜନୈତିକ  ବିଶ୍ୱସ୍ତତା ବଦଳାଇବା ପାଇଁ ଲାଲୁ ପ୍ରସାଦ ତାଙ୍କୁ ମନ୍ତ୍ରୀ ପଦ ଲାଞ୍ଚ ଯାଚିଥିବା ସେ ଅଭିଯୋଗ କରିଛନ୍ତି । ଜେଲରେ ଥାଇ ଲାଲୁ ତାଙ୍କୁ ଟେଲିଫୋନ ଯୋଗେ ଏହି କଥା କହିଥିଲେ ବୋଲି ଲଲାନ କହିଛନ୍ତି ।

ଅଭିଯୋଗ ଅନୁସାରେ ମଙ୍ଗଳବାର ପିରପେଣ୍ଟି ବିଧାୟକ ଲଲାନ ପାଶୱାନ ଦଳର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ସହ ଏକ ବୈଠକରେ ଥିବାବେଳେ ରାଞ୍ଚିରେ ଜେଲ ଭୋଗୁଥିବା ଲାଲୁ ପ୍ରସାଦ ଯାଦବ ତାଙ୍କୁ ଫୋନ କରିଥିଲେ । ବାଚସ୍ପତି ନିର୍ବାଚନ ସମୟରେ ସେ ଅନୁପସ୍ଥିତ ରହିବାକୁ ଲାଲୁ ପରାମର୍ଶ ଦେଇଥିଲେ । ଏପରିକି ଆବଶ୍ୟକ ହେଲେ କରୋନା ବାହାନା କରି ବିଧାନସଭା ନ ଯିବାକୁ ପ୍ରବର୍ତାଇଥିଲେ । ଏଥିପାଇଁ ତାଙ୍କୁ ମହଗଠବନ୍ଧନ ସରକାର ହେଲେ ମନ୍ତ୍ରୀ ପଦ ମିଳିବ ବୋଲି ମଧ୍ୟ ଲାଲୁ ପ୍ରଲୋଭନ ଦେଖାଇଥିଲେ । ଏହି ଘଟଣା ପରେ ଲାଲୁ ପ୍ରସାଦଙ୍କୁ ଆରଆଇଏମଏସ ବଙ୍ଗଳାରୁ ପୁନର୍ବାର ଡ଼ାକ୍ତରଖାନାର ଘରୋଇ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories