www.samajalive.in
Wednesday, December 10, 2025
16.1 C
Bhubaneswar

ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳିତ

ପାଟଣା: ଜାତୀୟ ସମ୍ବିଧାନ ଦିବସ ଉପଲକ୍ଷେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ତୈଳଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରି ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ତାଙ୍କ ଅଭିଭାଷଣରେ ଆଜି ସବୁ ଭାରତୀୟଙ୍କ ପାଇଁ ଗୌରବର ଦିନ ବୋଲି ମତ ରଖିଥିଲେ । ୭୧ ବର୍ଷ ପୂର୍ବେ ତଥା ଦେଶ ସ୍ୱାଧୀନତା ପାଇବାର ପରବର୍ତ୍ତୀ ସମୟରେ ଆଜିର ଦିନରେ ‘ସମ୍ବିଧାନ ସଭା’ ଦ୍ୱାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଶାସନ ଭାର ଗ୍ରହଣ କରିବା ପରେ ଆଜିର ଦିନକୁ ସମ୍ବିଧାନ ଦିବସ ଭାବରେ ନାମିତ କରିଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ମୋଗଲ ସମ୍ରାଟ ଠାରୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଆମ ଦେଶର ନାଗରିକ ମାନେ ଲଢ଼େଇ କରି ଆସୁଥିଲେ । ସମ୍ବିଧାନ ସମସ୍ତଙ୍କୁ ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାର ଦେବା ସହ ସାଧାରଣ ଗରିବ ଖଟିଖିଆଙ୍କୁ ମଧ୍ୟ ମାନ୍ୟତା ଦେଇଛି। ଏହା ଛଡ଼ା ଦେଶ ପାଇଁ ଧର୍ମନିରପେକ୍ଷତା, ରାଷ୍ଟ୍ରୀୟ ଏକତା ଜରୁରି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ଯୁବମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂ, ଜିଲ୍ଲା ଉପସଭାପତି ଅଖିଳ ପାତ୍ର, ଜିଲ୍ଲା ସଂଯୋଜକ ଜୟଦେବ ଗିରି, ନାରୀ ନେତ୍ରୀ ମମତା ସିଂ, ବୁଥ ସଭାପତି ହୃଷୀକେଶ ନାୟକ, ଅକ୍ଷୟ ସିଂହ, ପୂର୍ବତନ ୱାର୍ଡ ମେମ୍ବର ଶତ୍ରୁଘ୍ନ ସିଂହ, ମଣ୍ଡଳର ମହିଳା ମୋର୍ଚ୍ଚା ର ପଦ୍ମାବତୀ ନାୟକ, ଗୀତାଞ୍ଜଳି ଗିରି, ଲବଙ୍ଗଲତା ନାୟକ, ସାବିତ୍ରୀ ନାୟକ ପ୍ରମୁଖ ସାମିଲ ଥିଲେ ।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories