www.samajalive.in
Saturday, December 13, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ମୋହନ: କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ନିରୀହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ରୋଗରେ ପୀଡିତ ଲୋକେ ଉତ୍ତମ ସେବା ପାଇବାରୁ ବଂଚିତ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳୁଛି ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।

ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ପୁରୁଣା । ଏହାରି ସେବା ଉପରେ ପ୍ରାୟ ୫ରୁ ଉର୍ଦ୍ଧ୍ଵ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଆଗରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ସେବା ସହିତ ବରିଷ୍ଠ ଡାକ୍ତରମାନେ ସେବା ମନୋବୃତି ନେଇ ରୋଗୀଙ୍କୁ ଚିକିତ୍ସା ଯୋଗାଉଥିଲେ। କିନ୍ତୁ ଦୀର୍ଘ ୧ ବର୍ଷ ହେଲା ନୂତନ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ କାର୍ୟ୍ୟରେ ଯୋଗଦେବା ଦିନଠାରୁ କିଛି ଅସାଧୁ ଏବଂ ଖଳ ପ୍ରକୃତିର କର୍ମଚାରୀଙ୍କ ପ୍ରରୋଚ଼ନାରେ ପଡ଼ି ସେମାନଙ୍କ ହାତବାରିଶୀ ହୋଇ ଚିକିତ୍ସା ଏବଂ ବ୍ୟବହାରରେ ବ୍ୟତିକ୍ରମ ଘଟୁଥିବା ଚନ୍ଦ୍ରଗିରି ଗ୍ରାମବାସୀଙ୍କ ସମେତ ଜନପ୍ରତିନିଧି ଓ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ କାର୍ୟ୍ୟରତ ଆକାଉଣ୍ଟାଟ୍ ବିଜୟ କୁମାର ମହାଙ୍କୁଡ ଏବଂ ୱ।ର୍ଡ ଆଟେଣ୍ଡେଟ୍ ସଂଗ୍ରାମ ଜେନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ଠାରୁ ଅର୍ଥ ଶୋଷଣ, ଦୁଃବ୍ୟବହାର ଓ ପରିଚାଳନାରେ ତୁଟି କରୁଥିବାର ଅଭିଯୋଗ ବାରମ୍ଵାର ଗଜପତି ଜିଲ୍ଲା ପାଳ ଅନୁପମ ସାହା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳେଇ, ମାଣିକ ପୁର ସରପଞ୍ଚ ତମାଳ ଦଳାଇ, ଚାନ୍ଦିପୁଟ ସରପଞ୍ଚ ଜୁରିଆ କାର୍ଯୀ ଧାଡ଼ିଆମ୍ବ ସରପଞ୍ଚ ସାରୀ ପାଇକ, ଲବାର ସିଂ ସରପଞ୍ଚ ଅଭିମନ୍ୟୁ ରଇତ, ଚନ୍ଦ୍ରଗିରି ସମିତିସଭ୍ୟ ରାମଚନ୍ଦ୍ର ପୂଜାରୀ, ଚାନ୍ଦିପୁଟ ସମିତି ସଭ୍ୟା ସରୋଜିନି ମଳିକ, ବାଘମାରି ଯୁବ ଆଦି ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଛନ୍ତି । ଗର୍ଭବତୀ ମହିଳା ଏବଂ ସାଧାରଣ(ସାମାନ୍ୟ) ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା କରା ନ ଯାଇ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଉଥିବା ମଧ୍ୟ ଅଂଚଳବାସୀ ଅଭିଯୋଗ କରିଛନ୍ତି।

- Advertisement -

ପ୍ରକାଶଥାଉକି. ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ୍ଏଚ୍ଏମ୍ ରେ ଆକାଉଣ୍ଚାଟ୍ ଭାବେ କାର୍ଯ୍ୟ କରୁଥିବା ମହାଙ୍କୁଡ କିଛି ମାସ ପୂର୍ବରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ବାରମ୍ଵାର ଅଭିଯୋଗ ଆସିବାରୁ ତାଙ୍କୁ ଚନ୍ଦ୍ରଗିରି ସିଏଚସି କୁ ବଦଳି ହୋଇଥିଲା । ସେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହିଥିବା ସରକାରୀ ବାସଭବନକୁ ଜୋର ଜବରଦସ୍ତ ମାଡି ବସିଛନ୍ତି। କିନ୍ତୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ରହିଥିବା ସରକାରୀ କର୍ମଚାରୀମାନେ ବାହାରେ ଚଢ଼ା ଦରରେ ଘର ଭଡ଼ା ନେଇ ରହିଥିବାରୁ ଜରୁରୀ ସେବାରେ ବିଳମ୍ବ ଘଟୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପାତ୍ରଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କହିବା ସହ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିବା କହିଛନ୍ତି । ତୁରନ୍ତ ଉଭୟ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି , ଉତ୍ତମ ସେବା ଓ ସୁପରିଚାଳନା କରାନଗଲେ ଅଂଚଳବାସୀଙ୍କ ସମେତ ନିର୍ବାଚିତ ଜନପ୍ରତିନିଧିମାନେ ରାସ୍ତାରୋକ କରାଯିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories