www.samajalive.in
Saturday, December 13, 2025
17.1 C
Bhubaneswar

ସବରେଜିଷ୍ଟ୍ରାରଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ

ଭୁବନେଶ୍ୱର: ଜମିବାଡି ଜାଲିଆତି ରୋକିବା ଲାଗି ସରକାର କଡା ପଦକ୍ଷେପ ନେବା ସହ ବିଭିନ୍ନ ନିୟମ ମଧ୍ୟ ପ୍ରଣୟନ କରିଛନ୍ତି। ଏହାସତ୍ତ୍ବେ ମଧ୍ୟ ଜମିବାଡି ସଂକ୍ରାନ୍ତୀୟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅନେକ କ୍ଷେତ୍ରରେ ଅଦାଲତଙ୍କ ରହିତାଦେଶ ସତ୍ତ୍ବେ ବେଆଇନ ଭାବେ ଜମିବାଡି କିଣାବିକା ହେଉଛି। ଏପରି ଦେଖିବାକୁ ମିଳିଛି ଜଟଣୀ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ। ଅଦାଲତ ଓ ରାଜସ୍ବ ବିଭାଗ ପକ୍ଷରୁ ଏ ନେଇ ସମ୍ପୃକ୍ତ ସବରେଜିଷ୍ଟ୍ରାରଙ୍କୁ ନୋଟିସ ଜାରି ହେବା ସହ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରକାଶ ଯେ ଜଟଣୀ ରାଜାବଜାର ଅଞ୍ଚଳର ସରୋଜ କୁମାର ବଳିଆରସିଂହ ପୈତୃକ ସମ୍ପତ୍ତିରୁ ଭାଗ ପାଇବା ଲାଗି ୨୦୧୯ରେ ଭୁବେନଶ୍ବର ସିଭିଲ ଜଜ(ସିନିଅର ଡିଭିଜନ)ରେ ଆେବଦନ କରିଥିଲେ। ଜମିବାଡି ବିକ୍ରି ଉପରେ ଅଦାଲତ ରହିତାଦେଶ ଜାରି କରିଥିଲେ। ଅଦାଲତଙ୍କ ନିର୍ଦେଶନାମାକୁ ସରୋଜ ସ୍ଥାନୀୟ ସବରେଜିଷ୍ଟ୍ରାର କାର୍ୟ୍ୟାଳୟରେ ଦାଖଲ ମଧ୍ୟ କରିଥିଲେ। ରହିତାଦେଶ ସତ୍ତ୍ବେ ସରୋଜଙ୍କ ଅନ୍ୟଭାଇମାନେ ଜମିର କିଛି ଅଂଶ ବିକ୍ରି କରିଦେଇଥିଲେ। ଏ ନେଇ ସରୋଜ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସବରେଜିଷ୍ଟ୍ରାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି। ଏଥିସହ ଆଇଜିଆରରେ ମଧ୍ୟ ଅଭିଯୋଗ କରିଥିଲେ। ଇତିମଧ୍ୟରେ ଆଇଜିଆର ପକ୍ଷରୁ ଜଟଣୀ ଏଡିଏମଙ୍କୁ ଘଟଣାର ତଦନ୍ତ କରି ରିେପାର୍ଟ ଦାଖଲ କରିବାକୁ କୁହାଯାଇଛି। ଏହା ସହ ଅଦାଲତଙ୍କ ପକ୍ଷରୁ ମଧ୍ୟ ନୋଟିସ ଜାରି ହାେଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories