ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (ଓଏସଓୟୁ), ସମ୍ବଲପୁରର କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ଏଥିସକାଶେ ଡିସେମ୍ବର ୨୧ ତାରିଖ ଯୋଗ୍ୟ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଆୟୁକ୍ତ ତଥା ସଚିବ କୁଳପତି ଚୟନ କରିବାକୁ ଗଠିତ ସର୍ଚ୍ଚ କମିଟିର ଆବାହକ ରହିଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୩୮୬୧୨/୨୫.୧୧.୨୦୨୦ ବିଜ୍ଞପ୍ତି ଅନୁଯାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ସକାଶେ ପ୍ରାର୍ଥୀଙ୍କ ବୟସ ୬୩ ବର୍ଷରୁ କମ ହେବା ସହ କାର୍ଯ୍ୟକାଳ ୪ ବର୍ଷ ରହିବ। ଅନ୍ୟପକ୍ଷରେ ପତ୍ର ସଂଖ୍ୟା ୩୮୬୨୪/୨୫.୧୧.୨୦୨୦ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ପ୍ରାର୍ଥୀଙ୍କ ବୟସ ୬୨ ବର୍ଷରୁ କମ ଏବଂ କାର୍ଯ୍ୟକାଳ ୩ ବର୍ଷ ରହିଛି। ସର୍ଟ ଲିଷ୍ଟ ହୋଇଥିବା ପ୍ରାର୍ଥୀ ମାନଙ୍କୁ ସର୍ଚ୍ଚ କମିଟି ସାକ୍ଷାତକାର ପାଇଁ ଡାକିବା ସହ ୩ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ନାମ କୁଳାଧିପତିଙ୍କୁ ସୁପାରିଶ କରାଯିବ।
Popular Categories



