www.samajalive.in
Wednesday, December 10, 2025
23.1 C
Bhubaneswar

ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ସମ୍ବିଧାନ ଦିବସ

ନୂଆଦିଲ୍ଲୀ :  ଗୁରୁବାର ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳିତ ହେବ।  ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶର ସାମ୍ବିଧାନିକ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗୃହିତ କରିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା। ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ୨୦୧୫ରେ ବିଜ୍ଞପ୍ତି ଜାରି କରିଥିଲା। ଦେଶର ଜନସାଧାରଣଙ୍କ ମଧ୍ୟରେ
ସାମ୍ବିଧାନିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି।

ସମ୍ବିଧାନ ପ୍ରଣୟନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ଆଇନ୍‍ ମନ୍ତ୍ରୀ ଡକ୍ଟର ବି.ଆର୍‍. ଆମ୍ବେଦକରଙ୍କ ପ୍ରତି
ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ମଧ୍ୟ ଏହି ଦିବସ ପାଳନ କରାଯାଉଛି। ଏହି ଦିନକୁ ମଧ୍ୟ ଜାତୀୟ ଆଇନ୍‍ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ। ୧୯୪୬ ମସିହା ଡିସେମ୍ବର ୧୭ ତାରିଖରେ ଡକ୍ଟର ବି.ଆର୍‍. ଆମ୍ବେଦକର ସାମ୍ବିଧାନିକ ସଭାରେ ଦେଇଥିବା ଅଭିଭାଷଣର କିଛି ଅଂଶ ଆକାଶବାଣୀ ଦ୍ୱାରା ପ୍ରସାରଣ କରାଯିବ।

- Advertisement -

ଆସନ୍ତାକାଲି ୭୧ତମ ସମ୍ବିଧାନ ଦିବସ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଫିଲ୍ମ ଡିଭିଜନ ଏହାର ୱେବ୍‍ ସାଇଟ୍‍ ଓ ୟୁଟ୍ୟୁବ୍‍ ଚ୍ୟାନେଲ୍‍ରେ ୪ଟି ଫିଲ୍ମର ଷ୍ଟ୍ରିମିଙ୍ଗ୍‍ କରିବ।

 

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories