www.samajalive.in
Saturday, December 13, 2025
26.1 C
Bhubaneswar

ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବେଶ

ବୀରମହାରାଜପୁର: ବୁଧବାର କାର୍ତ୍ତିକ ଶୁକ୍ଳ ଏକାଦଶୀ ତଥା ପଞ୍ଚୁକର ପ୍ରଥମ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇଠାରେ ଚତୁର୍ଦ୍ଧା ବିଗ୍ରହଙ୍କ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଯାଇଛି। ଆଜି ଭୋର ୪ଟା’ରେ ଦ୍ୱାରଫିଟା ସହ ପରେ ପରେ ସୂର୍ଯ୍ୟା ଅର୍ଘ୍ୟ, ଦ୍ଵାରପାଳ ପୂଜା, ସକାଳ ସ୍ନାନ, ମଙ୍ଗଳ ଆଳତି, ପଞ୍ଚୁକ ଆଳତି ଓ ଶେଷରେ ବେଶ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ସୁଭଦ୍ରା ବାହିନୀ ଦ୍ଵାରା ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା । ଶ୍ରୀଜୀଉମାନଙ୍କୁ ଶ୍ରୀଭୂଜ, ଶ୍ରୀପୟର, କିରୀଟ, ମକର କୁଣ୍ଡଳ, ନାକଚଣା, ଚିତା, ଆଡକାନି, ଝୁମ୍ପା, ଅଧରମାଳ, ହୃଦମାଳ, ପୟର ମାଳାଦିରେ ବିଭୂଷିତ କରାଯାଇଥିଲା । କୋଭିଡ-୧୯ ନିୟମାବଳୀ ଅନୁଯାୟୀ ବିନା ଭକ୍ତରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଚିତ୍ତରଞ୍ଜନ ପାଢ଼ୀ, ଗୁଣାକର ପଣ୍ଡା, ଅନିରୁଦ୍ଧ ପାଢ଼ୀ, ସୁଧୀର ପୁରୋହିତ, ପ୍ରଦ୍ୟୁମ୍ନ ପାଢ଼ୀ, ଚନ୍ଦନ ପାଢ଼ୀ, ଜଗନ୍ନାଥ ହୋତା, ରାଧେଶ୍ୟାମ ପାଢ଼ୀ, କାଳିଆ ପଣ୍ଡା ପ୍ରମୁଖ ବେଶ କାର୍ୟ୍ୟ ତୁଳାଇଥିଲେ । ଏଠାରେ ୨୬ ତାରିଖ ଗୁରୁବାର ଦ୍ଵାଦଶୀ ତିଥିରେ ବାଙ୍କଚୂଡ଼ା ବେଶ ଓ ଗରୁଡ ଜନ୍ମୋତ୍ସବ, ୨୭ ତାରିଖ ଶୁକ୍ରବାର ଦ୍ଵାଦଶୀ (ମଳ) ତିଥିରେ ବିରଳ ନାଗାର୍ଜୁନ ବେଶ, ୨୮ ତାରିଖ ଶନିବାର ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ, ୨୯ ତାରିଖ ରବିବାର ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ବେଶ, ୩୦ ତାରିଖ ସୋମବାର ପୂର୍ଣ୍ଣିମା ତିଥିରେ ରାଜା ରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories