www.samajalive.in
Saturday, December 13, 2025
26.1 C
Bhubaneswar

ଯଦି ଭୋଟର ତାଲିକାରେ ୩୦ ହଜାର ରୋହିଙ୍ଗ୍ୟା ଅଛନ୍ତି, ତେବେ ଅମିତ ଶାହା କଣ କରୁଛନ୍ତି : ଓସାଦୁଦ୍ଦିନ ଓୱେସି

ହାଇଦରାବାଦ : ଭୋଟର ତାଲିକାରେ ୩୦ ହଜାର ରୋହିଙ୍ଗ୍ୟା ସାମିଲ ନେଇ ବିଜେପିର ଅଭିଯୋଗ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦରାବାଦ ସାଂସଦ ଓସାଦୁଦ୍ଦିନ ଓୱେସି। ସେମାବାର ହାଇଦରାବାଦରେ ଜିଏମଏମସି ନିର୍ବାଚନୀ ପ୍ରଚାର ପାଇଁ ଏକ ସମାବେଶକୁ ସମ୍ବୋଧିତ କରୁଥିବା ବେଳେ ଓସାଦୁଦ୍ଦିନ ଓୱେସି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଯଦି ନିର୍ବାଚନ ତାଲିକାରେ ୩୦,୦୦୦ ରୋହିଙ୍ଗ୍ୟା ଅଛନ୍ତି, ତେବେ ଦେଶର ଗୃହମନ୍ତ୍ରୀ ଅମିତ ଶାହା କଣ କରୁଛନ୍ତି? ସେମାନେ ଶୋଇଛନ୍ତି କି? ୩୦ ହଜାର ରୋହିଙ୍ଗ୍ୟା କିପରି ତାଲିକାଭୁକ୍ତ ହୋଇଛନ୍ତି ତାହା ଦେଖିବା ସେମାନଙ୍କର କାମ ନୁହେଁ କି? ଯଦି ବିଜେପି ସଚ୍ଚୋଟ, ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହିପରି କେଉଁ ରୋହିଙ୍ଗ୍ୟା ଭୋଟର ତାଲିକାରରେ ସାମିଲ ହୋଇଛନ୍ତି ୧୦୦୦ ନାମ ଦେଖାନ୍ତୁ ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ତଥା ହାଇଦରାବାଦ ସାଂସଦ ଓସାଦୁଦ୍ଦିନ ଓୱେସି କହିଛନ୍ତି।


ସେ ଆହୁରୀ ମଧ୍ୟ କହିଛନ୍ତି ବିଜେପି ତାଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରୁଛି। କିନ୍ତୁ ଜନତା ସବୁ ଜାଣନ୍ତି ସେମାନେ ସଠିକ ନିଷ୍ପିତ୍ତି ନେବେ ଏବଂ ହାଇଦରାବାଦରେ ଜିଏମଏମସି ନିର୍ବାଚନ ଜିତାଇବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ଓୱେସି।

- Advertisement -

ସୂଚନାଯୋଗ୍ୟ ହାଇଦରାବାଦରେ ଜିଏମଏମସି ନିର୍ବାଚନୀ ପ୍ରଚାର ସମୟରେ ବିଜେପି ସାଂସଦ ତଥା ଯୁବ ବିଜେପି ସଭାପତି ତେଜସ୍ୱୀ ସୂର୍ଯ୍ୟ କହିଥିଲେ କି ଓସାଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମ୍‌ଆଇଏମ୍ ରୋହିଙ୍ଗ୍ୟାଙ୍କୁ ସମର୍ଥନ କରୁଛି। ଏବଂ ସେମାନଙ୍କ ନାମକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରି ବିଭାଜନ ତଥା ସାମ୍ପ୍ରଦାୟିକ ରାଜନୀତି ଖେଳୁଛନ୍ତି। ତେଜସ୍ୱୀ ସୂର୍ଯ୍ୟ ପ୍ରଚାର ସମୟରେ ଆହୁରୀ ମଧ୍ୟ କହିଥିଲେ ଯେ ଓସାଦୁଦ୍ଦିନ ଓୱେସିଙ୍କୁ ମିଳୁଥିବା ପ୍ରତିଟି ଭୋଟ୍ ଭାରତ ବିରୋଧି ଭୋଟ।

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories