www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଧ୍ୟାରେ ପ୍ରଭୁ ହନୁମାନଙ୍କୁ ପୂଜା କରିବାର ମହତ୍ତ୍ୱ

ପ୍ରଭୁ ହନୁମାନଙ୍କୁ ଧ୍ୟାନର ସହ ପୂଜା କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାଆନ୍ତି। ବଜରଙ୍ଗବଲୀଙ୍କୁ ସଙ୍କୋଟମୋଚନ ମଧ୍ୟ କୁହାଯାଏ, କାରଣ ବିପଦ ସମୟରେ ପ୍ରଭୁଙ୍କର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ଶାସ୍ତ୍ର ଏବଂ ପୁରାଣରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଓ ଶନିବାର ଦିନକୁ ବିଶେଷ ଦିନ ବୋଲି କୁହାଯାଇଛି। ତେଣୁ ଏହି କାରଣରୁ ଏହି ଦୁଇଟି ଦିନରେ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ।
ପ୍ରଭୁ ଶ୍ରୀରାମ ଭକ୍ତ ହନୁମାନ ଖୁବ ଦୟାଳୁ ବୋଲି ଶାସ୍ତ୍ରରେ କୁହାଯାଇଛି। ସେ ନିଜ ଭକ୍ତଙ୍କ ଦୁଃଖଦୁର୍ଦ୍ଦଶା ସହି ପାରନ୍ତି ନାହିଁ ବୋଲି କୁହାଯାଏ। ପ୍ରଭୁଙ୍କ ପୂଜା ନିଷ୍ଠା ସହ କଲେ ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି। ବହୁ ଲୋକେ ପ୍ରଭୁ ହନୁମାନଙ୍କ ପୂଜା ସନ୍ଧ୍ୟା କିମ୍ବା ରାତ୍ରି ସମୟରେ କରିଥାଆନ୍ତି। ମାତ୍ର ଏହାର କାରଣ ହୁଏତ ଆପଣ ଜାଣି ନଥିବେ। ଜାଣନ୍ତୁ ଏପରି କରିବାର କାରଣ କ’ଣ ……..
ଶାସ୍ତ୍ରରେ କୁହାଯାଇଛି ଯେ, ପ୍ରଭୁ ହନୁମାନ ଦିନଯାକ ଭଗବାନ ଶ୍ରୀରାମଙ୍କ ସେବା କରିଥାଆନ୍ତି। ତେଣୁ ରାତି କିମ୍ବା ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମ ବିଶ୍ରାମ ନେବା ସମୟରେ ହନୁମାନ ତାଙ୍କ ସେବା କରିନଥାଆନ୍ତି। ଏହି ସମୟରେ ସେ ନିଜ ଭକ୍ତଙ୍କର ଡ଼ାକ ସହଜରେ ଶୁଣି ଥାଆନ୍ତିି। ତେଣୁ ସନ୍ଧ୍ୟା ଅଥବା ରାତିରେ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନକାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହା ସହ ବୁଦ୍ଧି, ବଳ, ବିଦ୍ୟା ମଧ୍ୟ ପ୍ରାପ୍ତି ହୋଇଥାଏ। ଶାନ୍ତ ପରିବେଶରେ ଏକାଗ୍ରତାର ସହ ସନ୍ଧ୍ୟାରେ ପ୍ରଭୁଙ୍କୁ ପୂଜା କଲେ ଆଶୀର୍ବାଦ ମିଳିବା ସହ ଜୀବନରେ ଥିବା ବାଧାବିଘ୍ନ ଦୂର ହୋଇଥାଏ।
ହନୁମାନଙ୍କୁ ଲାଲ, ଗେରୁଆ ରଙ୍ଗ ଖୁବ ପସନ୍ଦ। ତେଣୁ ପ୍ରଭୁଙ୍କୁ ପୂଜା କରିବା ସମୟରେ ଲାଲ, ଗେରୁଆ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମଙ୍ଗଳବାର ଦିନ ବ୍ରତ ରଖୁଥିବା ବ୍ୟକ୍ତିିମାନେ ଲୁଣ ଖାଆନ୍ତୁ ନାହିଁ।
ବ୍ରତ ଦିନ ପ୍ରଭୁଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ।
ମଙ୍ଗଳବାର ଦିନ ଆମିଷ ଏବଂ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଶାନ୍ତ ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି କରିଥାଏ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories