www.samajalive.in
Saturday, December 13, 2025
15.1 C
Bhubaneswar

ନମରବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଭାଇ-ଭଉଣୀ ମୃତ, ଅନ୍ୟଜଣେ ସାନଭାଇ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ପଂଚାୟତର ନମରବାଲି ଗୋଛାପଡ଼ା-ଫୁଲବାଣୀ ମୁଖ୍ୟ ରାସ୍ତାରେ ଆଜି ଅପରାହ୍ନରେ ହୋଇଛି ଏକ ବାଇକ୍‍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସୁଇସିଂ ପଂଚାୟତର ଲାଠିକୁପା ଗ୍ରାମର ଭଉଣୀ କମଳିନୀ କହଁର(୨୦) ଓ ଦାଦା ପୁଅ ଭାଇ ପ୍ରମୋଦ କହଁର(୧୯)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମୃତ କମଳିନୀଙ୍କ ନିଜଭାଇ ସୋମନାଥ କହଁର(୧୯) ଗୁରୁତର ହୋଇ ବର୍ତ୍ତମାନ ଚିକିତ୍ସାପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‍ ଓ ଚାଳକ ପରବର୍ତ୍ତି ସମୟରେ ଥାନାରେ ଆତ୍ମସମର୍ପଣ କରିଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।

ଖବର ପ୍ରକାରେ, କୌଣସି କାର୍ଯ୍ୟରେ ଲୁଇସିଂ ପଂଚାୟତ ଅନ୍ତର୍ଗତ ଲାଠିକୁମ୍ଫା ଗ୍ରାମର ୨ ଭାଇ ଓ ଭଉଣୀ ମିଶି ବାଇକରେ ଫୁଲବାଣୀ ଆସୁଥିବା ବେଳେ ବିପରିତ ଦିଗରୁ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକ୍‍ ସହିତ ନରମବାଲି ବୁଲାଣି ରାସ୍ତାରେ ମୁହାଁମୁହଁ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ହିଁ କମଳିନୀ ଓ ପ୍ରମୋଦର ମୃତ୍ୟୁ ହୋଇଥିବା ବେଳେ ଘଟଣା ପରେ ଗାଡିର ଚାଳକ ନିଜେ ଟ୍ରାକ୍‍କୁ ନେଇ ଗୋଛାପଡା ଥାନାରେ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି। ତେବେ ଦୁର୍ଘଟଣା ପରେ ଉକ୍ତ ଟ୍ରକଟି ଫେରାର୍‍ ହୋଇଯାଇଥିଲା। ଗୁରୁତର ଭାବେ ଆହତ ସୋମନାଥ ମଧ୍ୟ ରାସ୍ତାରେ ପଡ଼ିରହିଥିଲା। ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ହୋଇଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ସେମାନେ ରାସ୍ତାରେ ପଡ଼ିଥିବା ବେଳେ କୌଣସି ପ୍ରକାର ଖବର ପାଇଁ ଗୋଛାପଡ଼ା ପୁଲିସ୍‍ ଘଟଣା ସ୍ଥଳରେ ପହଁଚି ୨ଟି ଶବକୁ ଜବତ କରିବା ସହିତ ଗୁରୁତ୍ୱର ସୋମନାଥକୁ ଉଦ୍ଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଉକ୍ତ ବୁଲାଣି ରାସ୍ତାରେ ଅନେକ ସମୟରେ ଏଭଳି ଭାବେ ଦୁର୍ଘଟଣା ଘଟୁଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜବତ ଶବକୁ ମଙ୍ଗଳବାର ବ୍ୟବଚ୍ଛେଦ କରାଯିବ। ଏନେଇ ମୃତ କମଳିନୀର ବାପା ପରିସ୍ତର କହଁର ଗୋଛାପଡ଼ା ଥାନାରେ ଏକ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ପୁଲିସ୍‍ କେସ ନଂ ୯୪ା୨୦ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories