www.samajalive.in
Wednesday, December 10, 2025
18.1 C
Bhubaneswar

ନବରଙ୍ଗପୁର ଥାନାର ସଫଳତା : ୧୦ଟି ଚୋରୀ ବାଇକ ଜବତ, ଜଣେ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଥାନା ପକ୍ଷରୁ ୧୦ଟି ବାଇକ ଚୋରୀ ଜବତ କରିଥିବାବେଳେ ଜଣକୁ ଗିରଫ କରାଯାଇଛି।ଏକ ସସ୍ତାହ ପୂର୍ବରୁ ଗୋଟିଏ ବାଇକ ସ୍ଥାନୀୟ ନରସଂହ ଲଜ୍‍ ସମ୍ମୁଖରୁ ଚୋରୀ ହେବା ପରେ ପୁଲିସ ଏହି ଲଜ୍‍ର ସିସି କ୍ୟାମେରା ଅଧାରରେ ପାପାଡାହାଣ୍ଡି ଥାନା ଅନ୍ତର୍ଗତ ତଣ୍ଡା ଗ୍ରାମର ନରେନ୍ଦ୍ରମାଝୀକୁ ସନ୍ଦେହରେ ଚିହ୍ନଟ କରିଥିଲା। ନରେନ୍ଦ୍ରକୁ ପିଛା କରି ସେ କିପରି ଚୋରୀ କରୁଛି ତାହା ଜାଣିବା ପାଇଁ ଇଚ୍ଛାବତୀଗୁଡା ନିକଟରେ ଏକ ବାଇକରେ ଚାବି ଲଗାଇ ପୁଲିସଟିମ୍‍ ଜଗି ରହିଥିଲେ। ପୂର୍ବଭଳି ନରେନ୍ଦ୍ର ଏହି ବାଇକକୁ ନେଇଯିବା ସମୟରେ ପୂର୍ବରୁ ଛକି ରହିଥିବା ପୁଲିସ କାବୁ କରି ଥାନାକୁ ଆଣିଥିଲେ।

ନରେନ୍ଦ୍ରକୁଥାନା ରେ ଅଟକ ରଖି ପଚାର ଉଚରାକରିବା ସମୟରେ ନରେନ୍ଦ୍ରଠାରୁ ବହୁ ତଥ୍ୟ ହାସଲ ହୋଇଥିଲା। ସେ ବାଇକ ଚୋରୀ କରି କିପରି ବିଭିନ୍ନସ୍ଥାନରେ ବିକ୍ରି କରିଛି ତାହା କହିବା ପରେ ସେ ବିକ୍ରି କରିଥିବା ୧୦ଟି ବାଇକ କୁ ନବରଙ୍ଗପୁର ଥାନା ପୂୁଲିସ କଳାହାଣ୍ଡି ଜିଲା ସମେତ ତଣ୍ଡା, ସିରିଶି ଓ ରାଇଘର ଅଞ୍ଚଳରୁ ଉଦ୍ଦାର କରିଛି। ତେବେ ନରେନ୍ଦ୍ରକୁ ଏହି ଚୋରୀରେ ସହଯୋଗ କରୁଥିବା ତାର ଅନ୍ୟଦୁଇଜଣ ସହଯୋଗୀକୁ ଖୋଜୁଛି। ଅନ୍ୟ ଦୁଇଜଣ ଧରାପଡିବା ପରେ ଆହୁରି ବହୁଚୋରୀ ବାଇକ ଉଦ୍ଧାର ହେବବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଚୋରି କରିଥିବା ଅଭିଯୋଗରେ ନରେନ୍ଦ୍ରକୁ ଗିରଫ କରାଯିବାପରେ ଆଜି କୋର୍ଟ ଚାଲଣ କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories