www.samajalive.in
Saturday, December 13, 2025
15.1 C
Bhubaneswar

କର୍ମଚାରୀଙ୍କୁ ମିଳୁନି ବକେୟା ଅର୍ଥ : ଆତ୍ମାହୂତି ଚେତାବନୀ

ବାଲିପାଟଣା : ଲୋକଙ୍କୁ ଠିକ୍‌ ସମୟରେ ସରକାରୀ ସେବା ମିଳିବ ବୋଲି ସରକାର ବିଭିନ୍ନ ବିଭାଗରେ ୫ଟି କାର୍ୟ୍ୟକ୍ରମ ଲାଗୁ କରିଛନ୍ତି। ଯେଉଁ ସରକାରୀ ଅଧିକାରୀମାନେ ସେବାରେ ଅବହେଳା କରିବେ ସେମାନଙ୍କ ବିରୋଧରେ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ହେଲେ ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ୍ ବିଡିଓଙ୍କର ୫ଟି ପ୍ରତି ଖାତିର ନାହିଁ। ନିଜ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ  ପ୍ରକୋଷ୍ଠରେ ଗୁହାରୀ କରିବା ଜଣେ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବକେୟା ପ୍ରାପ୍ୟ ଦେବା ପରିବର୍ତ୍ତେ ତାଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଏପରି ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍‌ରେ ଚାଳକ ଭାବେ କାମ କରୁଥିବା ମହେଶ କୁମାର ପ୍ରଧାନଙ୍କ କ୍ଷେତ୍ରରେ। କେବଳ ଶ୍ରୀ ପ୍ରଧାନ ନୁହଁନ୍ତି ଆଉ ଦୁଇଜଣ ମଧ୍ୟ ବିଡିଓଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନ୍ୟାୟ ନ ମିଳିଲେ ଆତ୍ମାହୂତି ଦେବେ ବୋଲି ମହେଶ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।

ପ୍ରକାଶ ଯେ ମହେଶଙ୍କର ଖୋର୍ଦ୍ଧାରୁ ବାଲିପାଟଣାକୁ ୨୦୧୪ରେ ବଦଳି ହେଇଥିଲା। ମାତ୍ର ତାଙ୍କ ସର୍ଭିସ ବୁକ ଏଠାକୁ ଆସିବାକୁ ସାଢେ ୩ବର୍ଷ ଲାଗିଗଲା। ଫଳରେ ତାଙ୍କୁ ବର୍ଦ୍ଧିତ ଦରମା ମିଳିଲା ନାହିଁ। ସ୍ବଳ୍ପ ଦରମାରେ ପରିବାର ପ୍ରତିେପାଷଣ ଦୁର୍ବିସହ ହେବାରୁ ଏ ନେଇ ଖୋର୍ଦ୍ଧା ଜିଲାପାଳଙ୍କୁ ଅବଗତ କରିଥିଲେ। ଏହାପରେ ତାଙ୍କ ସର୍ଭିସ ବୁକ ବାଲିପାଟଣା ଆସିଥିଲା। ଜିଲାପାଳ ତାଙ୍କ ଅଭିଯୋଗ ଶୁଣି ୨୦୧୯ ମେ’ ୩୧ତାରିଖରେ ବକେୟା ଅର୍ଥ ବାବଦ ୧ଲକ୍ଷ ୭୭ହଜାର ୮୩୭ଟଙ୍କା ମଞ୍ଜୁର କରି ବାଲିପାଟଣା ବିଡିଓଙ୍କୁ ଚିଠି କରିଥିଲେ। କିନ୍ତୁ ବାଲିପାଟଣା ବିଡିଏ ଏ ସମ୍ପର୍କ‌େ‌ର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ମହେଶ ଅଭିଯୋଗ କରିଛନ୍ତି। କୋଭିଡ୍‌ରେ ସମୟରେ ସରକାରଙ୍କଠାରୁ କୌଣସି ଆର୍ଥିକ ସହାୟତା ପାଇ ନାହିଁ। ପରିବାରର ଦୈନିକ ଗୁଜୁରାଣ ଏବଂ ଔଷଧ ଖର୍ଚ୍ଚ ପାଇଁ ଏରିଅର ଅର୍ଥ ଉଠାଇବା ତାଙ୍କର ଏକମାତ୍ର ବିଳକ୍ପ ବୋଲି ସେ କହିଛନ୍ତି। ଏ ନେଇ ବାଲିପାଟଣା ବିଡିଓ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories