www.samajalive.in
Sunday, December 7, 2025
26.1 C
Bhubaneswar

ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା : ସ୍ୱାମୀଙ୍କୁ ଖଲାସ ଏବଂ ଜମି ହଡପକାରୀଙ୍କ ଗରିଫ ଦାବି କଲେ ଅଭିଯୁକ୍ତଙ୍କ ପତ୍ନୀ

ରେଙ୍ଗାଲି : ସତ୍ତ୍ୱାଧିକାରୀଙ୍କ ଅଜାଣତରେ ରୟତି ଜମି ବିକ୍ରି ଘଟଣାକୁ ନେଇ ରେଙ୍ଗାଲି ତହସିଲ ଅଫିସରେ ଲାଗିଥିବା ନିଆଁ ଦମକଳ ବାହିନୀ ଲିଭାଇ ଦେଲେ ସିନା, ହେଲେ ଯେଉଁ କାରଣରୁ ନିଆଁ ଲାଗିଲା ସେହି ନିଆଁ  ଲିଭାଇବାରେ ସରକାର କି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିଆଁ ଲଗାଇଥିବା ଯୋଗୁଁ ଦୋଷୀ ରାଜୀବ କିସାନକୁ ପୁଲିସ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛି। କିନ୍ତୁ ଜାଲିଆତି କରି ଜମି ହଡପ କରିନେଇଥିବା ଅସଲ ଦୋଷୀ ଜମି ଦଲାଲ୍ ଏବଂ ଏହି ଜାଲିଆତିରେ ସଂପୃକ୍ତ ଥିବା ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ କାହିଁକି ଘଣ୍ଟା ଘୋଡାଇ ରଖାଯାଇଛି ଅଭିଯୁକ୍ତଙ୍କ ପତ୍ନୀ ପ୍ରଶ୍ନ କରିଛନ୍ତି।

ମୋ ସ୍ୱାମୀ ଙ୍କୁ ଜେଲ୍ ହାଜତ ରୁ ଖଲାସ କରାଯାଉ। ଆମକୁ ମାଗଣା ଆଇନ୍ ସହାୟତା ପ୍ରଦାନ କରଯାଇ ଜମି ହଡପକାରୀ ମାନଙ୍କୁ ଗିରଫ କରାଯାଉ।  ସେମାନଙ୍କ  ବିରୋଧ ରେ ମାମଲା ଋଜ୍ଜୁ କରାଯିବା ସହିତ ଆମର ପୈତୃକ ଜମି ଆମକୁ ଫେରାଇ ଦିଆଯାଉ ବୋଲି ଅଭିଯୁକ୍ତଙ୍କ ଗୁଣବତୀ କିସାନ ଦାବି କରିଛନ୍ତି। ମୋର ସ୍ୱାମୀ ହଡପ ହୋଇଥିବା ପୈତୃକ ଜମି ଫେରି ପାଇବାକୁ ଦୀର୍ଘ ୧୬ ବର୍ଷ ଧରି  ବିଭିନ୍ନ କାର୍ଯ୍ୟାଳୟକୁ ଧାଁ ଦୌଡ କରି ନ୍ୟାୟ ପାଇଲେ ନାହିଁ। ନ୍ୟାୟ ନପାଇ  ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ବୋଲି ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆ ଗଲା। ସ୍ୱାମୀ ଜେଲ୍ ହାଜତକୁ ଗଲା ପରେ ଦୁଇ ନାବାଳକ ପୁଅଙ୍କୁ ପ୍ରତିପୋଷଣ କରିବା ମୋ ପାଇଁ ଏବେ ସମସ୍ୟା । ଏଣୁ ସରକାର ମୋର ସ୍ୱାମୀ ଖଲାସ କରି ଆମକୁ ମାଗାଣା ଆଇନ୍ ସେବା ଯୋଗାଇ ଆମକୁ ନ୍ୟାୟ ପ୍ରଦାନ କରନ୍ତୁ। ଆମର ପୈତୃକ ଜମି ଆମକୁ ଫେରାଇ ଦିଆଯାଉ ବୋଲି ଗୁଣବତୀ ଦାବି କରିଛନ୍ତି।

- Advertisement -

ସୂଚିତ ଯେ, ଭାରତୀୟ କମ୍ୟୁନିଷ୍ଠ ପାର୍ଟ ପକ୍ଷରୁ ରାଜ୍ୟ ସହ-ସମ୍ପାଦକ କ୍ଷୀରୋଦ କୁମାର ସିଂ ଦେଓ ରାଜୀବ କିସାନଙ୍କୁ ଜେଲ୍ ହାଜତରୁ ଶୀଘ୍ର ଖଲାସ କରି ଜମି ହଡପ ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଗତକାଲି ଏକ ପ୍ରେସ୍ ବିବୃତି ରେ ଦାବି କରିଥିଲେ। ସିପିଆଇ ପକ୍ଷରୁ ଏସଂକ୍ରାନ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ସିଂଦେଓ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories