www.samajalive.in
Sunday, December 14, 2025
26.1 C
Bhubaneswar

ପବିତ୍ର ଅଳାଁନବମୀ ଅବସରରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜିଠୁ ଭାଗବତ ସପ୍ତାହ ଆରମ୍ଭ

ଆରଡି: ଆଜି ପବିତ୍ର ଅଳାଁନବମୀ ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜିଠାରୁ ସପ୍ତାହ ବ୍ୟାପି ଆରମ୍ଭ ହୋଇଛି ଭାଗବତ ପାରାୟଣ ଓ ପଞ୍ଚୁକବ୍ରତ ନୀତି। ପ୍ରତିଦିନ ମଣିବାବା ପଞ୍ଚାନନବେଶରେ ସଜ୍ଜିତ ହେବା ସହିତ ଆସନ୍ତା ରାହାସ ପୂର୍ଣ୍ଣିମାଦିନ ହରଗୌରୀ ବେଶରେ ସଜ୍ଜିତ ହେବେ। ହେଲେ ମହାମାରୀ କରୋନା ପାଇଁ କଟକଣା ଜାରୀ ରହିଥିବାରୁ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ ଭକ୍ତଶୂନ୍ୟ ହୋଇପଡିଛି ପୀଠ।

ଅନ୍ୟପଟେ ଆଜିଠାରୁ ମନ୍ଦିରରେ ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ କରାଯିବା ସହିତ ଦିଗମ୍ବରବେଶରେ ମଣିବାବାଙ୍କୁ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ପହଡଖିଆ ଅନ୍ନନୀତି ଭୋଗ ସରିବା ପରେ ଦିବା ୧ଟାରେ ପବିତ୍ର ଭାଗବତ ସପ୍ତାହ ତଥା ପଞ୍ଚୁକ ଅବସରରେ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାରରେ ଆଭୁଷଣ କରାଯାଇ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। ପରେ ବଡସିଂହାର ବେଶ, ସଂଧ୍ୟାପୂଜା, ବଡ ଆଳତୀ ନୀତି ସମ୍ପନ୍ନ କରାଯାଇ, ଶହଶହ ବର୍ଷର ପରମ୍ପରା ଅନୁଯାୟୀ ଅଳାଁନବମୀ ଠାରୁ ରାହାସପୂର୍ଣ୍ଣିମା ପ୍ରର୍ଯ୍ୟନ୍ତ ହରିହର ମିଳନ ନିମନ୍ତେ ଭାଗବତ ପଠନ କରାଯାଇଥିଲା। ଏଥିପାଇଁ ମନ୍ଦିର ପ୍ରାଙ୍ଗଣରେ ଥିବା ଜଗନ୍ନାଥଙ୍କ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜର୍ଚ୍ଚନା କରାଯାଇ ଗୀତାପାଠ, ଭାଗବତ ପାଠ କରାଯାଇଥିଲା। ତାହାସହ ହଭିଷାଳୀ ଭକ୍ତମାନେ ତୁଳସୀ ଚଉଁରାମୂଳେ ମୁରୁଜ ପକାଇ ଘୃତଦୀପ ଜାଳି କାର୍ତ୍ତିକ ମହାତ୍ମ୍ୟ ପଠନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories