www.samajalive.in
Sunday, December 7, 2025
13.1 C
Bhubaneswar

ଅଦିନିଆ ବର୍ଷା ସାଙ୍ଗକୁ ହାତୀ ଉପଦ୍ରବ; ଧାନ ଫସଲ ନଷ୍ଟ

ପାଟନା : ଶୁକ୍ରବାର ରାତି ବର୍ଷା କାରଣରୁ ବିଲରେ ପାଚିଥିବା ଧାନ ଅମଳରେ ବାଧା ସୃଷ୍ଟି ହେବା ସହ କଟା ଯାଇଥିବା ଧାନ ଘରକୁ ଆଣାଯାଇ ପାରିନାହିଁ। ଏପରି ସ୍ଥଳେ ରାତିବେଳା ଜଙ୍ଗଲୀ ହାତୀ ବିଲରେ ପଶି ଧାନ ଖାଇଦେବା ସହ ନଷ୍ଟ କରୁଥିବା ବାଉଁଶୁଳୀ ପଂଚାୟତ ଅଂଚଳରୁ ଅଭିଯୋଗ ଆସିଛି। ଭାଲୁଘର ଜଙ୍ଗଲରେ ରହୁଥିବା ହାତୀପଲ ବାଉଁଶୁଳୀ ପଂଚାୟତର ଭୁଲୁଦା, ହୀରାପଶି ଝଲରା ଗ୍ରାମର ଚାଷଜମିରେ ପଶି ଧାନ ଖାଇଥିବା ସହ ମାଡ଼ି ମକଚି ଫସଲ ନଷ୍ଟ କରିଛନ୍ତି। ଭୁଲୁଦା ଗ୍ରାମର ସୀତାରାମ ମାଝୀ, ମହେନ୍ଦ୍ର ନାଏକ, ରତ୍ନାକର ମାଝୀଙ୍କ ବିଲରୁ ଧାନ ଖାଇଥିବା ବେଳେ ଝଲରା ଗ୍ରାମର ସାହେବ ମୋଦିଙ୍କ ବିଲରୁ ଧାନ ଖାଇଛନ୍ତି ସେହିପରି ହୀରାପଶି ଗ୍ରାମର ନବୀନ ମାଝୀଙ୍କ ଖଳାରୁ ୧୩ ତାରିଖ ହାତୀପଲ ଧାନବିଡା ଖାଇଯାଇଥିବା ଅଭିଯୋଗ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories