www.samajalive.in
Saturday, December 13, 2025
26.1 C
Bhubaneswar

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ, କରୋନା ପରିସ୍ଥିତି ସୁଧୁରିଲେ ନିଆଯିବ ନିଷ୍ପତ୍ତି

ଭବାନୀପାଟଣା: ସମ୍ପ୍ରତି ବିଶ୍ୱ ମହାମାରୀ କରୋନା ଯୋଗୁଁ ସମସ୍ତ ଉତ୍ସବ ପାଳନ ଉପରେ ଦେଶରେ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ୨୦୨୧ ଜାନୁଆରୀ ୧୪ରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାତିଲ କରାଯାଇଛି। କରୋନା ପରିସ୍ଥିତିରେ ସୁଧାର ଆସିଲେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୧ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ଏବଂ ଏହି ଅବସରରେ କଳାହାଣ୍ଡି ଘୁମୁରା ଉତ୍ସବର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି କଳାହାଣ୍ଡି ଜିଲା ସଂସ୍କୃତି ପରିଷର ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ‘କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧’ ବାତିଲ କରାଯିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ‘କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୧ ବାଲିତ କରାଯାଇଛି ବୋଲି ଜିଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସୂଚନା ଦେଇଛନ୍ତି। ବୈଠକରେ କଳାହାଣ୍ଡି ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଗାଭିଲ ପରାଗ ହର୍ଷଦ ଅଧ୍ୟକ୍ଷତା କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ତଥା ଜିଲା ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ବୈଠକ ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଭର୍ଚୁଆଲ ମୋଡରେ ଜିଲା ସଂସ୍କୃତି ପରିଷଦର ସଦସ୍ୟମାନେ ନିଜର ମତାମତ ଦେଇଥିଲେ।
ଏହି ବୈଠକରେ ଗତ ୨୪ ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୦ ର ଆୟବ୍ୟୟର ବିବରଣୀ ଉପସ୍ଥାପନ କରାଯିବା ସହିତ ତାହା ଅନୁମୋଦିତ ହୋଇଥିଲା। ୨୦୨୧ ମସିହାରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରକୁ ମଧ୍ୟ ଚୁଡ଼ାନ୍ତ କରାଯିବା ପରେ କରନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଉତ୍ସବ ଘୁମୁରା ବାଲିତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। କୋଭିଡ କଟକଣା ଯୋଗୁଁ ପ୍ରତି ବର୍ଷ ପରି ଜାନୁଆରୀ ୧୪ରେ ୨୫ ତମ କଳାହାଣ୍ଡି ଉତ୍ସବ ରଜତ ଜୟନ୍ତୀ ଘୁମୁରା-୨୦୨୧ ହୋଇପାରିବ ନାହିଁ। କରୋନା ପରିସ୍ଥିତି ସୁଧାର ଆସିଲେ ଏବଂ କୋଭିଡ କଟକଣା ଉଠିବା ପରେ ଏହି ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories