www.samajalive.in
Sunday, December 14, 2025
26.1 C
Bhubaneswar

୩ ହାଇକୋର୍ଟରେ ୨୩ ସ୍ଥାୟୀ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଗୁଜରାଟ, ରାଜସ୍ଥାନ ଓ ବମ୍ବେ ହାଇକୋର୍ଟରେ ୨୩ ଜଣ ସ୍ଥାୟୀ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୭ରେ କଲିକତା ହାଇକୋର୍ଟରେ ୩ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମଧ୍ୟପ୍ରଦେଶ ହାଇକୋର୍ଟର ୧୭ ଜଣ ଅତିରିକ୍ତ ବିଚାରପତିଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା। ଚଳିତବର୍ଷ ଇତିମଧ୍ୟରେ ୮ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। କଲିକତା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟରେ ଫେବୃଆରୀରେ ୫ ଅତିରିକ୍ତ ବିଚାରପତି ନିଯୁକ୍ତ କରାଯାଇଥିଲା। ମାତ୍ର ଉଭୟ କ୍ଷେତ୍ରରେ ଆଇନଜୀବୀମାନେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ କ୍ରମେ ବିଚାରପତିଙ୍କ ନିଯୁକ୍ତି ଦାବିରେ ବିକ୍ଷୋଭ କରିଥିଲେ। ଫେବୃଆରୀ ୯ରେ କର୍ଣ୍ଣାଟକ ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତ ହେବା ପରେ ସେଠାକାର ଆଇନଜୀବୀମାନେ ବନ୍ଦ ପ୍ରତ୍ୟାହାର କରିଥିଲେ। କଲିକତାରେ ମାର୍ଚ୍ଚ ୭ରେ ନୂତନ ବିଚାରପତି ନିଯୁକ୍ତି ପରେ ମଧ୍ୟ ଏଠାକାର ଆଇନଜୀବୀ ବିକ୍ଷୋଭ ପ୍ରତ୍ୟାହାର କରି ନ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories