www.samajalive.in
Friday, December 12, 2025
14.1 C
Bhubaneswar

ବଦଳିଲା ସ୍କୁଲ ମିଶ୍ରଣ ନିଷ୍ପତ୍ତି : ୨୦ ନୁହେଁ ୧୫ରୁ କମ୍‌ ପିଲା ଥିବା ସ୍କୁଲର ହେବ ମିଶ୍ରଣ

ଭୁବନେଶ୍ଵର : ରାଜ୍ୟରେ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବଦଳାଇଛନ୍ତି ରାଜ୍ୟ ସରକାର।  ସିଡୁଲ୍‌ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଛନ୍ତି ସକରାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସିଡୁଲ୍‌ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏଥି ସହିତ ଆଜି ବିଧାନସଭାରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନେଇ ବିରୋଧିଙ୍କ ହଟ୍ଟଗୋଳ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉତ୍ତର ରଖି କହିଥିଲେ ଯେ ଉଦ୍ଦେଶ୍ୟମୂଳକ ଭାବେ ସରକାର ସ୍କୁଲ ବନ୍ଦ କରିନାହାନ୍ତି । ଆଇନ ବାହାରକୁ ଯାଇ କୌଣସି କାର୍ଯ୍ୟ କରାଯାଇନାହିଁ । ଛୋଟ ଛୋଟ ସ୍କୁଲକୁ ଏକତ୍ରୀକରଣ କରି ବୃହତ ସ୍କୁଲ କରାଯାଇପାରିଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇ ପାରିବ । ବର୍ତ୍ତମାନ ବିଦ୍ୟାଳୟ ସଂଖ୍ୟା ୬୬ ହଜାର ୫୯୪ । ସବୁ ଛାତ୍ରଛାତ୍ରୀଙ୍କୁ କିପରି ଶ୍ରେଣୀ ଗୃହ ଯୋଗାଇ ଦିଆଯାଇପାରିବ, ଏହା ସହ କିପରି ଶ୍ରେଣୀ ଶିକ୍ଷକ ଦିଆଯିବ ତାହା ସରକାରଙ୍କ ମୂଲ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଏକତ୍ରୀକରଣ କଲେ ଗୋଟିଏ ସ୍ଥାନରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରାଯାଇପାରିବ । ଲିଖିତ ଭାବେ ଜଣାଇଲେ, ଯେଉଁ ସ୍କୁଲର ସମସ୍ୟା ରହିଛି ସମାଧାନ କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

- Advertisement -

ବିଧାନସଭାରେ ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରୀ ମଧ୍ୟ କହିଛନ୍ତି ଯେ ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ପଦକ୍ଷେପ ନିଆଯାଇଛି। ଗୋଟିଏ ଜାଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ। ଏବେରାଜ୍ୟରେ ୧୪ ହଜାର ୩୮୨ ସ୍କୁଲରେ ୪୦ରୁ କମ୍‌ ଛାତ୍ରଛାତ୍ରୀ ଅଛନ୍ତି। ସେଥିରୁ ୭୭୨୨ ସ୍କୁଲକୁ ମିଶ୍ରଣ ପାଇଁ ପ୍ରକ୍ରିୟା କରାଯାଉଛି। ଅନୁସୂଚୀତ ଅଞ୍ଚଳରେ ୨୫ ଓ ଅଣଅନୁସୂଚୀତ ଅଞ୍ଚଳରେ ୪୦ ପିଲା ରହିବା କଥା । ପିଲାସଂଖ୍ୟା ଏଥିରୁ କମ୍ ହେଲେ ସ୍କୁଲ ବନ୍ଦ କରାଯାଇ ପାରିବ। ଛୋଟ ଛୋଟ ସ୍କୁଲର ଏକତ୍ରୀକରଣ ହେଲେ ଶିକ୍ଷାର ମାନ ବଢ଼ିବ । ରାଜ୍ୟର ୭୭୭୨ ସ୍କୁଲ ବନ୍ଦ ପାଇଁ ସରକାର ଯୋଜନା କରିଛନ୍ତି । ଏହି ସ୍କୁଲର ପିଲାଙ୍କ ଯାତାୟାତ ପାଇଁ ୩୦୦ କୋଟି ଟଙ୍କା ବରାଦ ହୋଇଛି । ରାଜ୍ୟର ୬୦୪୮ ସ୍କୁଲରେ ୨୦ରୁ କମ୍‌ ପିଲା ପଢୁଛନ୍ତି। ୧୭୨୪ଟି ସ୍କୁଲରେ ୨୫ରୁ କମ୍‌ ପିଲା ପଢୁଥିବାରୁ ଏକତ୍ରୀକରଣ ହେଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories