BJD Bijuli 480×75 Mob

ସାଂସଦଙ୍କ ଦ୍ୱାରା ଅମୃତ ଧାରା ଉଦଘାଟିତ

BJD Bijuli 480×75 Mob

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତର ପାଞ୍ଚ ଛକରେ ପାଟଣେଶ୍ୱରୀ ମହାବିଦ୍ୟାଲୟ ସମ୍ମୁଖରେ ଶନିବାର ଅମୃତ ଧାରା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକଙ୍କ ବିଜୁ କେବିକେ ଅନୁଦାନରେ ୫ ଲକ୍ଷ ବ୍ୟୟ ବରାଦରେ ପ୍ରକଳ୍ପଟି ନିର୍ମିତ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ପୂର୍ବ ବିଧାୟକ କନକ ବର୍ଦ୍ଧନ ସିଂହଦେଓ , ଜିଲା ପରିଷଦ ସଭ୍ୟା ଜ୍ୟୋସ୍ନାମୟୀ ସାହୁ, ସରପଞ୍ଚ ଶ୍ରୀମତୀ ଧରୁଆ, ପୂର୍ବ ଜିଲା ପରିଷଦ ସଭ୍ୟ କରମ ସରାଫ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପାଟଣେଶ୍ୱରୀ ମହାବିଦ୍ୟାଳୟ ପରିସରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଲୟର ସଭାପତି ସୁଶୀଲ କୁମାର ଗୁରୁ ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ କ୍ଷୀରୋଦ କୁମାର ଷଡଙ୍ଗୀ ପରିଚାଳନା କରିଥିଲେ। ଉପସ୍ଥିତ ଜନ ସାଧାରଣଙ୍କୁ କରୋନା ସଚେତନତା ସହ ମାସ୍କ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରବି ସାହୁ, ପ୍ରବୋଧାନନ୍ଦ ପାଣିଗ୍ରାହୀ, ମଣ୍ଟୁ ଯୋଶୀ, ଆଲୋକ ପାଣିଗ୍ରାହୀ, ମାଣିକ୍ୟ ସାହୁ ପ୍ରମୁଖ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.