www.samajalive.in
Saturday, December 13, 2025
26.1 C
Bhubaneswar

୫୦ ବର୍ଷ ପରେ ରାସ୍ତାପାଇଁ ରାସ୍ତା ଫିଟିଲା, ଗୁମି ଗ୍ରାମରେ ଖୁସିର ଲହରୀ

ଫୁଲବାଣୀ: ଦୀର୍ଘ ୫୦ ବର୍ଷ ହେଲା ଜମି ସମସ୍ୟା ଯୋଗୁଁ ନିର୍ମାଣ ହୋଇ ପାରୁନଥିଲା ଗ୍ରାମକୁ ରାସ୍ତା। ତେବେ ନିକଟରେ ଗ୍ରାମର ହୋଇଥିବା ଏକ ବୈଠକରେ ଯେଉଁ ଜମିକୁ ନେଇ ବିବାଦ ଦେଖାଯାଇଥିଲା ଉକ୍ତ ଜମିର ମାଲିକ ରାସ୍ତା ପାଇଁ ଜମି ଛାଡ଼ିବାକୁ ରାଜି ହେବା ପରେ ଗ୍ରାମର ଖୁସିର ଲହରୀ ଖେଳିଯାଇଛି। ଏଭଳି ଏକ ଖବର ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ପିରିକୁଡ଼ି ପଂଚାୟତ ଅନ୍ତର୍ଗତ ଗୁମି ଗ୍ରାମରେ। ଉକ୍ତ ଗ୍ରାମରେ ପ୍ରାୟ ୨୫ ଆଦିବାସୀ ପରିବାର ବସବାସ କରିଥାନ୍ତି। ଗ୍ରାମକୁ ନାହିଁ ସବୁ ଦିନିଆ ରାସ୍ତା। ଦାତପାଜୁଠାରୁ ଗୁମି ଗ୍ରାମର ଦୂରତା ହେଉଛି ମାତ୍ର ୨ କିଲୋମିଟର। କିନ୍ତୁ ଏହି ୨ କିଲୋମିଟର ରାସ୍ତା ମଧ୍ୟରେ ଜନୈକ ବ୍ୟକ୍ତିଙ୍କ ଏକ ପଟାଜମିଥିବା ଯୋଗୁଁ ସେଠାର ରାସ୍ତା ନିର୍ମାଣ ହୋଇ ପାରୁନଥିଲା।ତେବେ ଉକ୍ତ ରାସ୍ତା ନିର୍ମାଣ ହେଉନଥିବା ଯୋଗୁଁ ଗୁମି ଗ୍ରାମରେ ମଧ୍ୟ ବିକାଶ ପହଞ୍ଚିପାରୁନଥିଲା। ତେବେ ସମସ୍ୟାର ସମାଧାନ ପାଇଁ ଗ୍ରାମରେ ପହଁଚିଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ,ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଓ ଖଜୁରିପଡ଼ା ବିଡିଓ। ଦୀର୍ଘ ସମୟ ଧରି ଗାଁ କମିଟି ଓ ଉକ୍ତ ଜମିର ମାଲିକ ବାଲେଶ୍ୱର କହଁର ସହିତ ଆଲୋଚନା ପରେ ଜମିର ମାଲିକ ରାସ୍ତା ପାଇଁଜମି ଛାଡ଼ିବାକୁ ରାଜି ହୋଇଥିଲେ। ତୁରନ୍ତ ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ବିଧାୟକ ୫ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଘୋଷଣା କରିଥିବା ବ୍ଳକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ସେହିଭଳି ଏହି ବ୍ଳକର ଦୂତିମେଣ୍ଡି ପଂଚାୟତ ଅନ୍ତର୍ଗତ ଖୁଣ୍ଟୁଲାଦର ଗ୍ରାମରେ ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗମନାଗମନର କୌଣସି ପ୍ରକାର ସୁବିଧା ନଥିବା ବେଳେ ଉକ୍ତ ଗ୍ରାମକୁ ଚାଲି ଚାଲି ଯାଇ ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ପହଞ୍ଚିବା ପରେ ଗ୍ରାମରେ ବସବାସ କରୁଥିବା ୧୨ ଟି ଆଦିବାସୀ ପରିବାର ସମସ୍ୟା ସହିତ ସାମିଲ୍‍ ହୋଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ମଧ୍ୟ ବିଧାୟକ ପ୍ରତିଶୃତି ଦେବା ସହିତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିବା ପାଇଁ ମଧ୍ୟ ଆରମ୍ଭ ହୋଇଛି ପଦକ୍ଷେପ। ଏହି ପରିବାର ଗୁଡ଼ିକ ପାଇଁ ପାନିୟ ଜଳର ମଧ୍ୟ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ନିକଟସ୍ଥ ଚୂଆଁରୁ ଜଳ ସଂଗ୍ରହ କରି ଜୀବନ ବିତାଉଥିବାର ଦେଖାଯାଇଛି। ଦୀର୍ଘବର୍ଷ ପରେ ୨ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଞ୍ଚଳବାସୀ ଦେଖି ମଧ୍ୟ ବେଶ୍‍ ଖୁସିବ୍ୟକ୍ତ କରି ଅନେକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories