www.samajalive.in
Thursday, December 11, 2025
15.1 C
Bhubaneswar

ରେଙ୍ଗାଲିରେ ଜମି କେଳେଙ୍କାରୀ, ନ୍ୟାୟ ନପାଇ ରେଙ୍ଗାଲି ତହସିଲରେ ନିଆଁ ଲଗାଇ ଦେଲେ ଯୁବକ

ରେଙ୍ଗାଲି: ବର୍ଷ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହେବା ପରେ ନିଜର ହକ୍ ତଥା ନ୍ୟାୟ ନପାଇ ହତାସ୍ ହୋଇ ପଡିଥିବା ଜନୈକ ଯୁବକ ରେ ଙ୍ଗାଲି ତହସିଲ ଅଫିସରେ ନିଆଁଁ ଲଗାଇ ଦେବା ଭଳି ଅଭାବନୀୟ ଘଟଣା ସବୁ ଆଡେ ଚହଳ ସୃଷ୍ଟି କରିଛି। ଏହି ଘଟଣାର ଭିଡଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଜମିର ସ୍ବତ୍ତାଧିକାରି ଏବଂ ଉତ୍ତରାଧିକାରୀଙ୍କ ଅଜାଣତରେ ଜମି ବିକ୍ରି ହୋଇଥିଲା। ଏହାପରେ ଜମିର ଉତ୍ତରାଧିକାରୀ ଜମି କେଲେଙ୍କାରୀର ତଦନ୍ତ କରି ହଡପ ହୋଇଯାଇଥିବା ଜମି ଫେରିପାଇବାକୁ ବର୍ଷ ବର୍ଷ ଧରି ତହସିଲ ଅଫିସ ଏବଂ ଜିଲ୍ଲାପାଳ ଅଫିସକୁ ଧାଁ ଦୌଡ କରି ନୟାନ୍ତ ହେବା ସତ୍ତ୍ବେ ନ୍ୟାୟ ମିଳିଲା ନାହିଁ । ସବୁ ଆଡୁ ନିରାଶ ହେଲାପରେ ଜମି ରତ୍ତରାଧିକରୀ ରାଜୀବ କିସାନ ନାମକ ଯୁବକ ଆଜି ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ସାରା ଜିଲା ତଥା ରାଜ୍ୟର ଚହଳ ସୃଷ୍ଟି କରିଛି। ଅଗ୍ନିକାଣ୍ଡରେ ତହସିଲ ଅଫିସର କିରାଣିମାନେ ବସୁଥିବା ବଡ ହଲ୍‌ରେ ଥିବା କାଗଜାତ ଏବଂ ଆସବାବ ପତ୍ର ପୋଡି ଥିବାର ଦେଖିବାକୁ ମିଳିଛି।
ଖବର ପାଇ ଦମକଳ ବାହୀନି ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ୍ କରିଥିଲେ। ଅଗ୍ନିକାଣ୍ଡ ସମୟରେ ତହସିଲ ଅଫିସରେ ରାତ୍ରୀ ଜଗୁଆଳି ଏବଂ ଡ୍ରାଇଭର ଉପସ୍ଥିତ ଥିଲେ। କିଛି ସମୟ ପରେ ତହସିଲଦାର ପହଞ୍ଚି ଥିଲେ। ତହସିଲ ଅଫିସ ସମ୍ମୁଖରେ ଥିବା ରେଙ୍ଗାଲି ଥାନାରୁ ମଧ୍ୟ ଥାନା ଅଧିକାରୀ ଧବଳେଶ୍ୱର ସାହୁ ସଦଲବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତହସିଲ ଅଫିସରେ ନିଆଁ ଲଗାଇ ସପରିବାର ଅନଶନରେ ବସିବାକୁ ଉଦ୍ୟମ କରୁଥିବା ରାଜୀବ କିସାନକୁ ପୁଲିସ ଥାନାକୁ ନେଇ ଅଟକ ରଖିବା ସହ ପଚରା ଉଚୁରା ଜାରି ରଖିଛି। ଅଗ୍ନିକାଣ୍ଡର ଖବର ପାଇ ଉପ-ଜିଲ୍ଲାପାଳ ସୂର୍ଯବଂଶି ମୟୁର ବିକାଶ ଏବଂ ସଦର ଏସଡିପିଓ ତପନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

ରେଙ୍ଗାଲି ତହସିଲ ଅନ୍ତର୍ଗତ ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ଗୁମକାରମା ଗ୍ରାମର ଦିବଙ୍ଗତ ଶୁକୁ କିସାନଙ୍କ ନାମରେ ରେକର୍ଡଭୁକ୍ତ ୪ଏକର ୨୮ ଡେସମିଲ ଜମି ତାଙ୍କର ଉତ୍ତରାଧିକାରୀ ମାନଙ୍କ ଅଜାଣତରେ ଦଲାଲ ଏବଂ ଅସାଧୁ କର୍ମଚାରି ମେଣ୍ଟ କରି ୨୦୦୫ ମସିହାରେ ବିକ୍ରି କରିଦେଇଥିଲେ। ଏହି ଜମି କେଲେଙ୍କାରୀ ସଂକ୍ରାନ୍ତରେ ସ୍ୱର୍ଗତ ଶୁକୁ କିସାନଙ୍କ ଉତ୍ତରାଧିକାରୀ ନାତି ରାଜୀବ କିସାନ ଜାଣିଲା ପରେ ଜମିହଡପ ଘଟଣାର ତଦନ୍ତ କରି ତାଙ୍କ ଜମି ଫେରାଇଦେବାକୁ ରେଙ୍ଗାଲି ତହସିଲଦାର, ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ପ୍ରମୁଖଙ୍କ ନିକଟରେ ବାରମ୍ବାର ବର୍ଷ ବର୍ଷ ଧରି ନ୍ୟାୟ ପାଇବାକୁ ଫେରାଦ୍ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ଯେ ରାଜୀବଙ୍କୁ ନ୍ୟାୟ ମିଳିଲା ନାହିଁ । ଫଳରେ ଆଜି ରାଜୀବ ତାଙ୍କ ପତ୍ନୀ, ପୁଅ, ଝିଅଙ୍କୁ ଧରି ସପରିବାର ଏକ ଟେମ୍ପୋରେ ପୁରୁଣା ଟାୟାର, ପେଟ୍ରୋଲ୍, ଗୁଲେସ୍ ଆଦି ସାମଗ୍ରୀ ଧରି ରେଙ୍ଗାଲି ତହସିଲ୍‌ରେ ହଞ୍ଚିଥିଲେ। ପୁରୁଣା ଟାୟାରରେ ପେଟ୍ରୋଲ୍ ଢାଳି ଦେଇ ସକାଳ ପ୍ରାୟ ୧୦ ଟା ସମୟରେ ତହସିଲ ଅପିସକୁ ପଶି ଟାୟାରରେ ନିଆଁ ଲଗାଇ ଦେଇ ଜଳନ୍ତା ଟାୟାର ଅଫିସ ଭିତରକୁ ଫିଙ୍ଗି ଦେଇ ନିଆଁ ଜଳୁଥିବା ସମୟର ଭିଡିଓ ଉତ୍ତୋଳନ କରିଥିଲେ। ଏହାପରେ ରାଜୀବ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ସେହି ଭଡିଓ ଅପ୍‌ଲୋଡ଼୍ କରି ଭାଇରାଲ୍ କରିଥିଲେ। ମୋର ଜମି ଚୋରୀ କରି ବିକ୍ରି ହୋଇ ଗଲା। ଏହାର ବିଚାର କରି ମୋତେ ନ୍ୟାୟ ପ୍ରଦାନ କରିବାକୁ ବର୍ଷ ବର୍ଷ ଧରି ମୁଁ ତହସିଲ ଅଫିିସ ଜିଲ୍ଲାପାଳ ଅଫିସ ର୍କୁ ଧାଁ ଦୌଡ କରି ଥକିଗଲି । ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହେଲି। ହାଇକୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇ ମୋତେ ନ୍ୟାୟ ପ୍ରଦାନ ପାଇଁ କହିଥିଲେ। ତଥାପି କିଛି ହେଲା ନାହିଁ। ବାରମ୍ବାର ପ୍ରଶାସନକୁ ଜଣାଇଲି କେହି ବିଚାର କଲେ ନାହିଁ। ଜମିଗଲା ମୋର ପରିବାର ଛାରଖାର ହୋଇଗଲା। ମୋ ପାଖରେ ଆଉ କିଛି ଉପାୟ ନାହିଁ । ମୋତେ ତହିସଲରେ ନିଆ ଲଗାଇବାକୁ ପ୍ରଶାସନ ବାଧ୍ୟ କରୁଛି। ଏଣୁ ମୁଁ ବାଧ୍ୟ ହୋଇ ତହସିଲ ଅଫିସରେ ନିଆଁ ଲଗାଇ ଦେଲି । ମୋର ଯିଏ ଯାହା କରିବା କଥା କରୁ ବୋଲି ରାଜୀବ କହିଛନ୍ତି ଏବଂ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ଭିଡିଓ ଭାଇରାଲ୍ କରିଥିବାଦେଖିବାକୁ ମିଳୁଛି।

- Advertisement -

ଏହି ଘଟଣା ସଂକ୍ରାନ୍ତରେ ରେଙ୍ଗାଲି ତହସିଲଦାର ସୁନିଲ୍ କୁମାର ମେହେରଙ୍କୁ ପଚରା ଯିବାରୁ ଅଗ୍ନିକାଣ୍ଡରେ ତହସିଲ ଅଫିସ୍ ମେନ୍ ହଲ୍‌ର କିଛି କାଗଜାତ ଆଂଶିକ ଭାବରେ ପୋଡି ଯିବା ସହିତ ଆସବାବ ପତ୍ର ପୋଡି ଯାଇଛି। ଜରୁରୀ କାଗଜାତ ସୁରକ୍ଷିତ ଅଛି ବୋଲି ଶ୍ରୀ ମେହେର ଉତ୍ତର ଦେଇଛନ୍ତି। ଆଜି ରେଙ୍ଗାଲି ତହସିଲ ରେ ଜମିଜମା ରେଜିଷ୍ଟ୍ରି ଦିବସ ଥିବାରୁ ଅନ୍ୟ ଦିନ ଅପେକ୍ଷା ଲୋକ ଗହଳି ଥିଲା, ଅଗ୍ନିକାଣ୍ଡର ସୂଚନା ପାଇ ରେଙ୍ଗାଲି ସହର ତଥା ଆଖପାଖ ଅଞ୍ଚଳର ଲୋକ ତହସିଲ ଅଫିସ ନିକଟରେ ଭିଡ଼ ଜମାଇଥିଲେ। ଘଟଣା ସଂକ୍ରାନ୍ତରେ ଲୋକେ ନାନା ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରେଙ୍ଗାଲି ତହସିଲରେ ରାଜସ୍ୱ ଅସୁଲି ପ୍ରତି ବେଶୀ ଗୁରତ୍ୱ ଦେଇ ଜନ ସାଧରଣଙ୍କ ଆପତ୍ତି ଅଭିଯୋଗକୁ ଯେଭଳି ଗୁରୁତ୍ୱ ଦେବା କଥା ସେଭଳି ଦିଆଯାଉ ନାହିଁ ବୋଲି କେତେକ ବ୍ୟକ୍ତି ପ୍ରତିକ୍ରିୟା ରଖିଥିବାବେଳେ ବେଳେ ଜମିଜମା କିଣା ବିକା ରେ ବ୍ୟାପକ ଦୁର୍ନୀତି କେଲେଙ୍କାରୀ ହେଉଥିବା ଆଜିର ଘଟଣା ଜ୍ୱଳନ୍ତ ଉଦାହରଣ ବୋଲି ଅନେକ କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories