www.samajalive.in
Saturday, December 13, 2025
23.1 C
Bhubaneswar

ଦୁର୍ଘଟଣା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୬ଘଣ୍ଟା ରାସ୍ତାରୋକ

ବ୍ରହ୍ମପୁର: ଏକ ଇନୋଭା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣାକୁ କେନ୍ଦ୍ର କରି ମୋହନା ଓ ଚାନ୍ଦିପୁଟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଖମାରସାହି ଗ୍ରାମବାସୀ ମୋହନାରେ ଏବଂ ଚାନ୍ଦିପୁଟବାସୀ ଚାନ୍ଦିପୁଟରେ ୬ ଘଣ୍ଟା ଧରି ଅବରୋଧ କରିବାରୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଘଟଣାସ୍ଥଳକୁ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା।
ମିଳିଥିବା ସୂଚନାନୁଯାୟୀ ଗତକାଲି ସଂଧ୍ୟାରେ ମୋହନା ଥାନା ଅନ୍ତର୍ଗତ କପୁରିପଟ୍ଟା ଗ୍ରାମ ନିକଟରେ ଏକ ଇନୋଭା ଗାଡ଼ି ଧକ୍କାରେ ୨ଜଣ ବାଇକ୍‍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦୁଇଜଣ ହେଲେ ଆର.ଉଦୟଗିରି ଥାନା ଖମାରସାହି ଗ୍ରାମର ଶକ୍ତି ଜେନା ଏବଂ ଚାନ୍ଦିପୁଟ ଗ୍ରାମ ଖ୍ରୀଷ୍ଟିୟାନ ସାହିର ଇସାକ୍‍ ବିଷୋୟୀ। ଇସାକ୍‍ ଗତକାଲି ସଂଧ୍ୟାରେ ସଂପର୍କୀୟ ଭାଇ ଶକ୍ତିଙ୍କୁ ହୋଣ୍ଡା ବାଇକ୍‍ରେ ବସାଇ ଚାନ୍ଦିପୁଟରୁ ଖମାରସାହି ଅଭିମୁଖେ ଯାଉଥିବାବେଳେ କପୁରିପଟାରେ ବିପରୀତ ଦିଗରୁ ଆସୁଥିବା ଏକ ଇନୋଭା କାର୍‍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଇସାକ୍‍ ଓ ଶକ୍ତି ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ମୋହନା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶକ୍ତି ଜେନାଙ୍କୁ ମୃତ ଘୋଷଣା କରାଯାଇଥିଲା। ଇସାକ୍‍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନିଆଯାଉଥିବାବେଳେ ବାଟରେ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାର ହେବା ପରେ ଖମାରସାହି ଓ ଚାନ୍ଦିପୁଟରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଦୁଇଜଣଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ମୋହନା ଓ ଚାନ୍ଦିପୁଟ ଗ୍ରାମର ବିଭିନ୍ନ ରାସ୍ତା ଉପରକୁ ଲୋକେ ଚାଲିଆସି ଟାୟାର ଜାଳି ରାସ୍ତାରୋକ କରିଥିଲେ। ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଆର.ଉଦୟଗିରି ଏସ୍‍ଡ଼ିପିଓ ଓ ମୋହନା ଥାନାଧିକାରୀ ସଦଳବଳେ ପହଞ୍ଚି ଉଭୟ ପରିବାରଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ଜଣପିଛା ୨୦ହଜାର ଟଙ୍କା ଲେଖାଏଁ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମୋହନା ଓ ଚାନ୍ଦିପୁଟରେ ଦୀର୍ଘ ୬ ଘଣ୍ଟା ଧରି ଶହ ଶହ ଯାନବାହାନ ଅଟକି ରହିଥିଲା।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories