www.samajalive.in
Saturday, December 13, 2025
26.1 C
Bhubaneswar

ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ: ସମ୍ବଲପୁରରେ ପୁଣି ସାଇବର ଠକେଇର ଜାଲ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନାଁରେ ଖୋଲା ଯାଇଛି ନକଲି ଆକାଉଣ୍ଟ । ଏହି ଆକାଉଣ୍ଟ ଆଧାରରେ ଲୋକଙ୍କଠାରୁ ଚାନ୍ଦା ମଗାଯାଉଥିବା ଅଭିଯୋଗ ହୋଇଛି। ସାଂସଦଙ୍କ ପ୍ରତିନିଧି ମୋହନ କୁମାର ଦାଶ ଏନେଇ ଆଜି ଏକ ଅଭିଯୋଗ ସମ୍ବଲପୁର ସାଇବର ଥାନାରେ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।
ସମ୍ବଲପୁରରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଚାନ୍ଦା ମଗାଯିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ତତ୍‌କାଳୀନ ଜିଲାପାଳ, ଏସପି ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇ ଚାନ୍ଦା ମଗାଯାଉଥିବାର ନଜିର ରହିଛି। ଅବଶ୍ୟ ଅଭିଯୋଗ ପରେ ସାଇବର ଥାନା ଏହି ସବୁ ନକଲି ଆକାଉଣ୍ଟଗୁଡିକୁ ଫେସବୁକ କଂପାନୀ ସହାୟତାରେ ବନ୍ଦ କରିଛି। କେତେକ ସନ୍ଦିଗ୍ଧକୁ ଗିରଫ କରାଯାଇଥିବାବେଳେ ବହୁ ଅପରାଧୀ ଏବେ ମଧ୍ୟ ପୁଲିସ ଜାଲ ବାହାରେ ରହିଛନ୍ତି। ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଅଫିସିଆଲ ଆକାଉଣ୍ଟ ବାଦ୍‌ ତାଙ୍କ ନାଁରେ ଆଉ ଏକ ଆକାଉଣ୍ଟ ରହିଥିବା ସାଂସଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିବା ହମିଦ ପ୍ରଧାନଙ୍କ ନଜରକୁ ଆସିଥିଲା। ସେ ଏନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏହି ଆକାଉଣ୍ଟକୁ ଅନ୍ୟ ଲୋକଙ୍କଠାରୁ ଚାନ୍ଦା ମାଗିବା ପାଇଁ ବ୍ୟବହାର କରାଯାଉଥିବା ଜଣାପଡିଥିଲା। ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଏନେଇ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦାସ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତେବେ କିଏ ଏହି ନକଲି ଆକାଉଣ୍ଟ ତିଆରି କରି ଏହାର ପରିଚାଳନା କରିଛି ତାହା ଜଣାପଡିନାହିଁ। ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏତଲାକୁ ଆଧାର କରି ଫେସବୁକ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଫେସବୁକ କମ୍ପାନୀକୁ ଚିଠି ଲେଖାଯାଇଥିବା ପ୍ରକାଶ କରିଛନ୍ତି। ଏହା ସହ ଏନେଇ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ଦେବଗଡ଼ର ବିଧାୟକ ଥିବା ସମୟରେ ଶ୍ରୀ ଗଙ୍ଗଦେବଙ୍କ ନାମରେ ଏକ ନକଲି ଫେସବୁକ ଆକାଉଣ୍ଟ ଥିବା ଜଣାପଡିଥିଲା। ସେ ସମୟରେ ବୁଢ଼ାରଜା ଅଂଚଳର ସୁରଜ ମଣ୍ଡଳ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା। ବିଭିନ୍ନ କାମ କରାଇ ଦେବା ନାମରେ ସୁରଜ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories