www.samajalive.in
Thursday, December 11, 2025
18.1 C
Bhubaneswar

ମର୍ମନ୍ତୁଦ ବାଇକ ଦୁର୍ଘଟଣା, ୨ ଯୁବକ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାଜପଥର ଡିମିରିକୁଦା ଗ୍ରାମ ନିକଟସ୍ଥ ପୋଲଠାରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ମାନେ ହେଲେ ରେଢ଼ାଖୋଲ ସହର ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ(୨୭) ଓ ରଥସାହିର ରାମ ଚନ୍ଦ୍ର ପ୍ରଧାନ(୨୬)।
ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଅଭିଜିତ ଓ ରାମଚନ୍ଦ୍ର ବାଇକ ନଂ. ଓଡି୧୫ ଏନ୫୪୨୧ରେ ଜଣେ ସାଙ୍ଗକୁ ତଣ୍ଡାବିରା ଗ୍ରାମରେ ଛାଡି ଘରକୁ ଫେରୁଥିଲେ। ହେଲେ ଡିମିରିକୁଦା ଗ୍ରାମ ନିକଟସ୍ଥ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ପୋଲ ବାଡାରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଲରେ ଦୁର୍ଘଟଣାରେ ଉଭୟେ ବାଇକ ସହ ପୋଲ ତଳକୁ ଛିଟିକି ପଡିଥିଲେ। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ପ୍ରାତଃ ଭ୍ରମଣରେ ଏହି ରାସ୍ତାଦେଇ ଯାଉଥିବା କିଛି ଲୋକ ପୋଲତଳେ ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣ ଯୁବକ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଦ୍ୱୟଙ୍କ ମୃତଦେହକୁ ଜବତ କରିବା ସହ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏପଟେ ସହରର ଦୁର୍ଘଟଣାରେ ମୃତ ହୋଇଥିବା ଉଭୟ ଯୁବକଙ୍କ ଅକାଳ ମୃତ୍ୟୁରେ ଏକ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ୩୦ ତାରିଖ ରାତିରେ ଏହି ପୋଲରେ ସମାନ ଢଙ୍ଗରେ ନାକଟିଦେଉଳ କଲେଜ କିରାଣୀ ମନମୋହନ ପ୍ରଧାନ (୪୦) ନାମକ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚଳିତମାସ ୩ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ପୋଲରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ କୌଣସି ଦୃଷ୍ଟି ନଦେବା ସହିତ ସାଙ୍କେତିକ ଚିହ୍ନ ମଧ୍ୟ ଲଗାଯାଇନାହିଁ। ଏଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories