www.samajalive.in
Sunday, December 14, 2025
26.1 C
Bhubaneswar

ଗୃହ ବିଭାଗକୁ ଦେଢ଼ ଲକ୍ଷ ତଣ୍ଡ

ଭୁବନେଶ୍ବର: ଆଦିବାସୀ ଯୁବକ ମୋଣ୍ଡା କାଡ୍ରାକା ମୃତ୍ୟୁ ଘଟଣାରେ ଦେଢ଼ ଲକ୍ଷ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ଗୃହ ବିଭାଗକୁ ନିର୍ଦେଶ ଦେଇଛନ୍ତି। ୨ ମାସ ଭିତରେ କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିଙ୍କ ଗୃହ ବିଭାଗକୁ ଓଏଚ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି। ୨୦୧୬ ଫେବୃଆରୀ ୨୭ରେ ମୋଣ୍ଡା କାଡ୍ରାକାଙ୍କୁ ହତ୍ୟା କରାଯାଇଥିଲା। ରାୟଗଡ଼ା ନିୟମଗିରି ବିଏସ୍‌ଏଫ୍ ଏବଂ ଡିଭିଏଫ୍‌ ଯବାନ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଡଙ୍ଗମାଟିଆ ଗ୍ରାମର ମୋଣ୍ଡା କାଡ୍ରାକା ଏବଂ ଡମ୍ବରୁ ସିକ୍କା ପାହାଡ଼ ଶିଖରକୁ ‘ସଳପ’ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ମାଓବାଦୀ ବିଏସ୍‌ଏଫ୍ ଏବଂ ଡିଭିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ମୋଣ୍ଡା କାଡ୍ରାକାଙ୍କୁ ଗୁଳି ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ତେବେ ଡମ୍ବରୁ ସିକ୍କା ଅଳ୍ପକେ ବଞ୍ଚି ଯାଇଥିଲେ। ବିଏସ୍‌ଏଫ୍ ଏବଂ ଡିଭିଏଫ୍‌ ଯବାନ ମୋଣ୍ଡା ଲାକ୍ରାଙ୍କୁ ଗୁଳି କରି ହତ୍ୟା କରିଥିବା ତାଙ୍କ ଭାଇ ଡ୍ରିକା ଲାଡ୍ରାକା ଅଭିଯୋଗ କରିଥିଲେ। ଏହି ଘଟଣାର ଓଏଚ୍‌ଆର୍‌ସି ବିଚାର କରି ଗୃହ ବିଭାଗକୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି।
ମିଳିଥିବା ବିବରଣୀରୁ ପ୍ରକାଶ ଯେ ଜଙ୍ଗଲକୁ ସଲପ ଆଣିବାକୁ ଯାଇଥିବା ବେଳେ ବିଏସଏଫ ଓ ଡିଭିଏଫ ଯବାନଙ୍କ ଗୁଳିମାଡରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ମାମଲାର ଶୁଣାଣି କରି ମୃତକଙ୍କ ପରିବାରକୁ ୧.୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ କରିବାକୁ ନିର୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।
୨୦୧୬ ଫେବ୍ରୁଆରୀ ୨୭ ତାରିଖରେ ରାୟଗଡା ଜିଲା କଲ୍ୟାଣପୁର ଥାନା ଡଙ୍ଗମାଟିଆ ଗ୍ରାମର ମୋଣ୍ଡା କାଡ୍ରକା ଓ ଡମ୍ବରୁ ସିକ୍କା ନିୟମଗିରି ପର୍ବ ସମୟରେ ସ୍ଥାନୀୟ ଜଙ୍ଗଲକୁ ସଲପ ଆଣିବାକୁ ଯାଇଥିଲେ। ଏହି ସମୟରେ ବିଏସଏଫ ଓ ଡିଭିଏଫ ସହିତ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ବିଏସଏଫ ଯବାନଙ୍କ ଗୁଳିରେ ଘଟଣାସ୍ଥଳରେ ମୋଣ୍ଡାଙ୍କର ମୃତ୍ୟୁ ଘଟିଥିଲା ବେଳେ ଡମ୍ବରୁ କୌଣସିମତେ ଖସିଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ତେବେ ପୁଲିସ ଏହାକୁ ଲୁଚାଇବାକୁ ଯାଇ ମୋଣ୍ଡାଙ୍କୁ ମାଓବାଦୀ ଭାବେ ଚିତ୍ରଣ କରିଥିଲା। ତେବେ ତାଙ୍କ ଭାଇଙ୍କୁ ହତ୍ୟା କରି ମାଓବାଦୀ ବୋଲି ଆଖ୍ୟା ଦିଆଯାଇଥିବା ନେଇ ମୋଣ୍ଡାଙ୍କ ଭାଇ ଡିକ୍ରା ପୁଲିସରେ ଅଭିଯୋଗ କରିବା ସହ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଆଇନଜୀବୀ ପ୍ରବୀର କୁମାର ଦାସ, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଓ ବିଜୟ କୁମାର ପଣ୍ଡା ପୃଥକ ପୃଥକ ଭାବେ ମାନବାଧିକର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଆୟୋଗ ପୁଲିସକୁ ରିପୋର୍ଟ ତଲବ କରିଥିଲେ।
ଘଟଣାର ତଦନ୍ତ କରି ଦକ୍ଷିଣାଞ୍ଚଳ ଆରଡିସି ଓ ଦକ୍ଷିଣାଞ୍ଚଳ ଡିଆଇଜି ଦାଖଲ କରିଥିବା ରିପୋର୍ଟରେ ପୁଲିସର ବୟାନକୁ ଦୋହରାଇଥିଲେ। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବି.ପି. ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ନେଇ ଗଠିତ ବେଞ୍ଚ ଦାଖଲ ରିପୋର୍ଟକୁ ତର୍ଜମା କରି ଘଟଣାସ୍ଥଳରୁ ଖସି ପଳାଇଥିବା ଡମ୍ବରୁଙ୍କ ବୟାନକୁ କାହିଁକି ବିଶ୍ୱାସ କରା ନ ଯିବ ବୋଲି ପ୍ରଶ୍ନ କରିଥିଲେ। ଏହାଛଡା ଯଦି ମୋଣ୍ଡା ସଶସ୍ତ୍ର ନକ୍ସଲ ଥିଲେ ସେ ସମ୍ପର୍କିତ କୌଣସି ପ୍ରମାଣ ପୁଲିସ ପକ୍ଷରୁ କାହିଁକି ଦାଖଲ କରାଯାଇ ନ ଥିଲା। ତେଣୁ ମୃତ ମୋଣ୍ଡାଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ହୃଦବୋଧ କରିଥିଲେ। ମୃତକଙ୍କ ପରିବାରକୁ ୧.୫ଲକ୍ଷ ଟଙ୍କା ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories