www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରାମୀଣ ଆବାସ ଦୁର୍ନୀତି ସଂର୍ପକରେ ବିଜେପି କୃଷକ ମୋର୍ଚ୍ଚାର ବି.ଡି.ଓଙ୍କୁ ଦାବି ପତ୍ର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି ସଂର୍ପକୀତ ଏକ ଦାବି ପତ୍ର ଗୁରୁବାର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ପ୍ରଦାନ କରାଯାଇଛି। ଦାବି ପତ୍ରରେ ଗ୍ରାମୀଣ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀ ଏବଂ ପ୍ରଭାବଶାଳି ବ୍ୟକ୍ତିଙ୍କୁ ଉକ୍ତ ଯୋଜନାରେ ସାମିଲ କରାଯାଉଛି। ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ, ପୁଅକୁ ଯୋଜନାରେ ସାମିଲ କରାଯିବା ସହ ଗ୍ରାମସଭା କାଗଜ କଲମରେ ସୀମିତ ରହିଛି। କ୍ରମାନ୍ୱୟରେ ଗରିବ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପରିବର୍ତ୍ତେ ଯେଉଁମାନେ ଅର୍ଥ ଦେଉଛନ୍ତି ସେମାନଙ୍କୁ ପ୍ରାଥମିକତାରେ ଘର ପ୍ରଦାନ କରାଯାଉଛି। ଏହା ଉପରେ ଅଭିଯୋଗ କଲେ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦିଆଯାଉଛି। ଲାଂଚ ଦେଇ ପାରୁ ନ ଥିବାରୁ ଗରିବ ହିତାଧିକାରୀଙ୍କ ମଞ୍ଚୁର ଅର୍ଥକୁ ଅନ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାରେ ଜମା କରି ଦିଆଯାଉଛି। ବ୍ଲକରେ ଚାଲିଥିବା ଗ୍ରାମୀଣ ଆବାସ ଦୁର୍ନୀତି  ଉପରେ ସୁଧାର ନ ଆସିଲେ ବିଜେପି କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ସୂୟ୍ୟନାରାୟଣ ଦାଶ, ମଣ୍ଡଳ ସଭାପତି ଗଣେଷ କୁମାର ବେହେରା ପ୍ରମୁଖ କର୍ମକର୍ତ୍ତା ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories