www.samajalive.in
Sunday, December 14, 2025
26.1 C
Bhubaneswar

ଅର୍ଜ୍ଜୁନ ପାତ୍ର ମୃତ୍ୟୁ ଘଟଣାର ଭିନ୍ନମୋଡ; ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ସିଙ୍ଗାଣୀବିଡା ଗାଁ ନିକଟସ୍ଥ ଖୋର୍ଦ୍ଧା-ବଲାଙ୍ଗୀର୫୭ନଂ ଜାତୀୟ ରାଜପଥକଡରୁ ଗତ ୩୦ ତାରିଖ ତିଲେଶ୍ୱର ପଞ୍ଚାୟତ ଟଭାପଦର ଗ୍ରାମର ଅର୍ଜ୍ଜୁନ ପାତ୍ର(୩୫)ଙ୍କ ମୃତଦେହ ପୁରୁଣାକଟକ ପୁଲିସ ଉଦ୍ଧାର କରିଥିଲା। ପୁରୁଣାକଟକ ପୁଲିସ ମୃତ ଅର୍ଜ୍ଜୁନଙ୍କ ବଡ ଭାଇ ଭୀମସେନଙ୍କ ଏତେଲା ଆଧାରରେ ଘଟଣାର ତଦନ୍ତ ଚଳାଇଥିଲା। କୌଣସି ଗାଡି ଧକ୍କାରେ ଅର୍ଜ୍ଜୁନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଥିଲା। ମାତ୍ର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁରୁଣାକଟକ ଆଇ.ଆଇ,ସି ଜ୍ୟୋସ୍ନା କାଉଁରୀ ସେତେବେଳେ ସୂଚନା ଦେଇଥିଲେ। ଘଟଣାର ଦୀର୍ଘ ୧୭ ଦିନ ପରେ ମୃତ ଅର୍ଜ୍ଜୁନଙ୍କ ପତ୍ନୀ ଅନୁସୟା ପାତ୍ର ପୁରୁଣାକଟକ ପୁଲିସର ତଦନ୍ତରେ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଦାବିକରି ଗତ ୧୭ତାରିଖ ବୌଦ୍ଧ ଏସ.ପିଙ୍କ ନିକଟରେ ସ୍ୱାମୀ ହତ୍ୟା କାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ସପରିବାର ସହ ଫେରାଦ ହୋଇଥିଲେ।

ପତ୍ନୀ ଅନୂସୟାଙ୍କ ଅଭିଯୋଗକୁ ଭତି କରି ଗୁରୁବାର ବୌଦ୍ଧ ଏସ.ପି ଭି .ରଘୁନାଥ ରାଓ ଅର୍ଜ୍ଜୁନଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣାର ଅଧିକ ତଦନ୍ତ କରିବାକୁ ତଦନ୍ତକାରୀ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ସ୍ୱାମୀ ଅର୍ଜ୍ଜୁନ ପାତ୍ରଙ୍କୁ ହତ୍ୟାକରାଯାଇଥିବା ସଂର୍ପକରେ ପତ୍ନୀ ଅନୁସୟା ପାତ୍ର ଗୁରୁବାର ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ମାନବାଧିକାର କର୍ମୀ ସୁଧିର ଚୌଧୁରୀ, ପ୍ରଶାନ୍ତ କୁମାର କର୍ଣ୍ଣ, ଦିବ୍ୟଲୋଚନ କର୍ଣ୍ଣ ପ୍ରମୁଖ ଘଟଣାର ପୁନଃ ତଦନ୍ତ ଦାବିକରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ନ୍ୟାୟଦେବା ପାଇଁ ସ୍ଥାନୀୟ ପୁଲିସର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଏ ସଂର୍ପକରେ ପୁରୁଣାକଟକ ଆଇ.ଆଇ.ସି ଜ୍ୟୋସ୍ନା କାଉଁରୀଙ୍କୁ ପଚାରିବାରୁ ସେ କହିଲେ ଅର୍ଜ୍ଜୁନଙ୍କ ମୃତଦେହ ମିଲିଥିବା ଘଟଣାସ୍ଥଳ ଆଜି ଏସ.ପି ପରିଦର୍ଶନ କରିଛନ୍ତି। ଏ ସଂର୍ପକରେ ସେମାନଙ୍କ ସହ ଅଧିକ ଆଲୋଚନା ଚାଲିଛି ବୋଲି କହିଥିଲେ।

- Advertisement -

 

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories