www.samajalive.in
Friday, December 12, 2025
23.1 C
Bhubaneswar

ବ୍ୟାଙ୍କ ଲୁଟ୍ ମାମଲାରେ ୯ ଡକାୟତ ଗିରଫ; ଡକାୟତଙ୍କ ମଧ୍ୟରେ ଜଣେ ନାବାଳକ

ସମ୍ବଲପୁର : ଗତ ୯ ତାରିଖରେ କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ନିକଟସ୍ଥ ଠୁଟିପିପଲ ଜଙ୍ଗଲ ନିକଟରୁ ବନ୍ଧୁକ ମୁନରେ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍ ହୋଇଥିଲା ।

ସୋମବାର ଅପରାହ୍ନରେ ସମ୍ବଲପୁରରୁ ଲଇମୁରା ୟୁନିଅନ ବ୍ୟାଙ୍କକୁ ଯାଉଥିବା ଭ୍ୟାନକୁ ୬ ଡକାୟତ ଲୁଟିଥିଲେ । ଭ୍ୟାନରେ ଥିବା ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବ୍ୟାଙ୍କକୁ ଯାଉଥିବା ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ । ୬ ଡକାୟତ ତିନିଟି ବାଇକରେ ଆସି ନିଛାଟିଆ ଜଙ୍ଗଲିଆ ରାସ୍ତାରେ ପ୍ରଥମେ ଗାଡିକୁ ଅଟକାଇବା ସହ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ ଓ ଏହାପରେ ଗାଡିରେ ଥିବା ସବୁ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଜିଲା ପୁଲିସ ୪ ଟି ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଏହି ଲୁଟ୍ ଘଟଣାରେ ମୋଟ ୧୧ ଜଣଙ୍କ ସମ୍ପୃକ୍ତି ରହିଥିବା ପୁଲିସ କହିଛି । ମୋଟ ୯ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଗୋଟିଏ କାର, ମୋଟରସାଇକେଲ , ୮ ଟି ମୋବାଇଲ, ଭୁଜାଲି ଓ ନଗଦ ୧୦ ଲକ୍ଷ ଟଙ୍କା ପୁଲିସ ଜବତ କରିଛି। ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ମଧ୍ୟ ପୁଲିସ ଗିରଫ କରିଛି । ଆଉ ଦୁଇଜଣ ଏବେ ବି ଫେରାର ରହିଛନ୍ତି । ଗିରଫମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ପୁଲିସ ସୂଚନା ଦେଇଛି। ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ। ପରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଡ଼. କନୱର ବିଶାଳ ସିଂ ସୂଚନା ଦେଇଛନ୍ତି ।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories