www.samajalive.in
Sunday, December 14, 2025
14.1 C
Bhubaneswar

ଭାରତ ସମ୍ପର୍କରେ ବାଇଡେନଙ୍କ ପ୍ରଥମ ପ୍ରତିକ୍ରିୟା; କରୋନା, ବିଶ୍ବ ସମସ୍ୟାର ମିଳିତ ମୁକାବିଲା କରିବୁ

ୱାଶିଂଟନ : ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ କରି ଭାରତ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ କରି ବାଇଡେନଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ବୁଧବାର ବାଇଡେନ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ମୋଦୀଙ୍କ ଅଭିନନ୍ଦନ ପାଇଁ ବାଇଡେନ ପ୍ରଥମ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବାଇଡେନ କହିଛନ୍ତି ଯେ ସମ୍ପ୍ରତି ବିଶ୍ବ ସମ୍ମୁଖୀନ ହେଉଥିବା ଆହ୍ବାନ ଓ କରୋନା ମହାମାରୀକୁ ମୁକାବିଲା କରିବା ଲାଗି ତାଙ୍କ ପ୍ରଶାସନ ଭାରତ ସହିତ ମିଶି କାମ କରିବ। ଏହା ସହିତ ବିଶ୍ବ ଜଳବାୟୁ ପରିବର୍ତ୍ତନ, ବିଶ୍ବ ଅର୍ଥନୀତିର ପୁନରୁଦ୍ଧାର ଓ ଗଣତନ୍ତ୍ରକୁ ମଜଭୁତ କରିବା ଦିଗରେ ଭାରତ-ଆମେରିକା ମିଶି କାମ କରିବେ। ବାଇଡେନ ଆହୁରି କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମିଶି କାମ କରିବେ। ମଙ୍ଗଳବାର ମୋଦୀ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ ସହିତ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଅଭିନନ୍ଦନ ଜଣାଇଥିଲେ। ମୋଦୀ କହିଥିଲେ ଯେ ନୂଆଦିଲ୍ଲୀ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳ ପ୍ରକାଶ ପରେ ବାଇଡେନଙ୍କ ସହିତ ମୋଦୀଙ୍କର ଏହା ପ୍ରଥମ କଥାବାର୍ତ୍ତା ଥିଲା।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories