www.samajalive.in
Saturday, December 13, 2025
26.1 C
Bhubaneswar

ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଜୋରିମାନା ସହ ବାତିଲ ହେବ ଡିଏଲ୍‌

ଭୁବନେଶ୍ବର : ଆଇନ ଉଲ୍ଲଘଂନ କରି ହେଲମେଟ ନପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଲାଇସେନ୍ସ ନିଲମ୍ବନ କରାଯିବ। ଏହି ଆଇନ ଯେପରି ଠିକଣା ଭାବେ କାର୍ଯ୍ୟକାରୀ ହେବ ତାହାର ତଦାରଖ କରିବା ଦିଗରେ ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି। ଏଥିସହିତ ୨୦୧୯ ମସିହା ଏବଂ ୨୦୨୦ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ହେଲମେଟ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ କେତେଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଇଛି ତାହାର ଜିଲାୱାରୀ ରିପୋର୍ଟ ଦେବାକୁ ସେ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ କମିଟିକୁ ଏସବୁ ତଥ୍ୟ ପ୍ରଦାନ ନିମନ୍ତେ ସପ୍ତାହକ ଭିତରେ ତଥ୍ୟ ପ୍ରଦାନ ପାଇଁ ସେ ଜଣାଇଛନ୍ତି।
ପରିବହନ କମିଶନରଙ୍କୁ ଲେଖିଥିବା ଚିଠିରେ ଶ୍ରୀ ପାଢ଼ୀ ଦର୍ଶାଇଛନ୍ତି ଯେ ୨୦୧୯ରେ ରାଜ୍ୟରେ ମୋଟ ୧୧୦୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା। ସେଥିମଧ୍ୟରୁ ୪୬୮୮ଟି ଦୁର୍ଘଟଣା ଦୁଇଚକିଆ ଯାନ ଦ୍ବାରା ଘଟିଛି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଏହି ବର୍ଷ ମୋଟ ୫୩୩୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇଚକିଆ ଯାନ ଦୁର୍ଘଟଣା କାରଣରୁ ୨୩୯୮ଜଣଙ୍କ ଜୀବନ ଯାଇଛି। ତେବେ ଦୁଇଚକିଆ ଯାନ ଯୋଗୁଁ ଘଟିଥିବା ଦୁର୍ଘଟଣା ଜନିତ ମୃତକଙ୍କ ମଧ୍ୟରୁ ୨୧୫୬ଜଣ ହେଲମେଟ ପିନ୍ଧି ନଥିଲେ ବୋଲି ଜଣାପଡ଼ିଛି। ହେଲମେଟ ବ୍ୟବହାର କରିଥିଲେ ଅଧିକାଂଶ ଚାଳକଙ୍କ ଜୀବନ ରକ୍ଷା ପkଇଯାଇଥାନ୍ତା।
୨୦୧୯ ସଡ଼କ ଦୁର୍ଘଟଣା ସଂକ୍ରାନ୍ତ ତଥ୍ୟରୁ ଜଣାପଡ଼ିଛି ଯେ ହେଲମେଟ ଆଇନ ଉଲ୍ଲଘଂନ କରିଥିବା ଅଭିଯୋଗରେ ପୁଲିସ ଏବଂ ଓଡ଼ିଶା ମୋଟରଯାନ ବିଭାଗ(ଓଏମଭିଡ଼ି) ଦ୍ବାରା ପ୍ରାୟ ୮.୫ଲକ୍ଷ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ମୋଟରଯାନ ଆଇନର ୧୯୪-ଡି ଧାରା ଅନୁସାରେ ବିନା ହେଲମେଟରେ ମୋଟରସାଇକଲ ଚଳାଉଥିବା ବ୍ୟକ୍ତି କିମ୍ବା ମୋଟରଯାନ ଚଳାଚଳ ଆଇନ ଉଲ୍ଲଘଂନ କରି ମୋଟର ସାଇକଲ ଚଳାଇବା ପାଇଁ ଅନୁମତି ଦେଉଥିବା ବ୍ୟକ୍ତିଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଏବଂ ତିନିମାସ ପାଇଁ ଲାଇସେନ୍ସ ବାତିଲ ଭଳି ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଗତ ୯ତାରିଖରେ ସୁପ୍ରିମକୋର୍ଟ କମିଟି ଦ୍ବାରା ହୋଇଥିବା ସମୀକ୍ଷା ବୈଠକ କାଳରେ ଏହାର ସଦସ୍ୟ ଏସ. ମିତ୍ର ଏ ପ୍ରସଙ୍ଗ ଉଠାଇବା ସହିତ ମୋଟର ଯାନ ଆଇନ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ମତପୋଷଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories