www.samajalive.in
Sunday, December 14, 2025
23.1 C
Bhubaneswar

ଛଟ୍ ପୂଜାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲାରେ ଛଟ୍ ପୂଜା ପାଳନ ଅନୁମତି ଦେବାକୁ ନେଇ ହାଇକୋର୍ଟରେ ବୁଧବାର ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ କରି ସାମୂହିକ ଭାବେ ନଦୀ, ଘାଟ, ଜଳାଶୟ ଇତ୍ୟାଦିରେ ଛଟ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାକୁ ବିରୋଧ କରି ରବି କୁମାର ସୋନି, ଜୀବନ ସାର୍ଥକ, ଆକାଶ ଶାହା ହାଇକୋର୍ଟର ଦ୍ୱାରସ୍ଥ ହୋଇ ନଦୀ ଘାଟରେ କେବଳ ଛଟ୍ ପୂଜା ପାଳନ କରିବାକୁ ନେଇ ଅନୁମତି ପ୍ରଦାନ କରିବାକୁ ପିଟିସନରେ ନିବେଦନ କରିଛନ୍ତି । ଆବେଦନକାରୀ ଓଡ଼ିଶା ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର ଏବଂ ଝାରସୁଗୁଡ଼ା ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

ସମାଜସେବୀ ରବି କୁମାର ସୋନିଙ୍କ କହିବା ଅନୁସାରେ, ଛଟ୍ ପୂଜା ନିଦ୍ଧିଷ୍ଟ ଭାବେ ବିହାରି ସମ୍ପ୍ରଦାୟଙ୍କ ଦ୍ୱାରା ପାଳନ କରାଯାଏ, ତେବେ ଝାରସୁଗୁଡ଼ା ଜିଲାରେ ଅଳ୍ପ ସଂଖ୍ୟକ ବିହାରୀ ପରିବାର ରହୁଥିବାରୁ ଜନ ସମାଗମ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସେହି ପରି ନଦୀରେ ସ୍ନାନ ନ କରି ମଧ୍ୟ ନଦୀ ଘାଟରେ ଛଟ ପୂଜା କରାଯାଇ ପାରିବ । ତା ସହିତ ପୂଜା ସମୟରେ ସାମାଜିକ ଦୂରତା ରକ୍ଷା ମଧ୍ୟ କରାଯାଇ ପାରିବ ବୋଲି ଶ୍ରୀ ସୋନି କହିଛନ୍ତି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖ ଜିଲା ପ୍ରଶାସନ ପକ୍ଷରୁ ଛଟ୍ ପୂଜା ପାଇଁ ଲଗାଯାଇଥିବା କଟକଣାକୁ କୋହଳ କରିବାକୁ ପୂର୍ବାଞ୍ଚଳ ୟୁଥ୍ ଆସୋସିଏସନ୍ ପକ୍ଷରୁ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରାଯାଇଥିଲା । ଛଟ୍ ପୂଜା ନଦୀ କୂଳ, ଜଳାଶୟ, ପୋଖରୀରେ ପାଳନ କରିବାର ପରମ୍ପରା ଥିବାରୁ ପ୍ରତି ପରିବାରରୁ ଜଣେ କିମ୍ବା ୨ ଜଣକୁ ଏଥିପାଇଁ ଅନୁମତି ପ୍ରଦାନ କରିବାକୁ ଦାବି ପତ୍ରରେ ଅନୁରୋଧ କରାଯାଇଥିଲା ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories