ଫୁଲବାଣୀ: ଫୁଲବାଣୀରେ ଆଜି ବିନା ଆଡ଼ମ୍ବରରେ ମା’କାଳୀଙ୍କୁ ମେଲାଣି ଦିଆଯାଇଛି। ଫୁଲବାଣୀ ଡିଏଫଓଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ବିଭାଗ ପକ୍ଷରୁ ଦୀପାବଳି ଅବସରରେ ଆୟୋଜିତ ମା’କାଳୀଙ୍କ ପୂଜା ସରକାରଙ୍କର କୋଭିଡ ନିୟମ ଅନୂସାରେ ମଧ୍ୟ ବିନା ଆଡମ୍ବରରେ ପାଳିତ ହୋଇଥିଲା। ଆଜି ସନ୍ଧ୍ୟାରେ ବିସର୍ଜନ ପର୍ବକୁ ମଧ୍ୟ ଅନୂରୁପ ଆଡମ୍ବର ବିନା ପାଳନ କରାଯାଇଛି। ସହରରେ ହୋଇଥିବା ଏହି ଗୋଟି ମାତ୍ର ମା’କାଳୀଙ୍କର ମୂର୍ତ୍ତିକୁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ନେଇ ବିସର୍ଜିତ କରାଯାଇଛି।
Popular Categories



