www.samajalive.in
Sunday, December 7, 2025
26.1 C
Bhubaneswar

ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ବଳଦ ମୃତ: ଯୁବକ ଗୁରୁତର

ଦେବଗଡ଼ : ଦେବଗଡ ବନଖଣ୍ଡ କଂସର ସେକ୍ସନ ଅନ୍ତର୍ଗତ ଟିକିଲିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା  ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ୨ ଟି ବଳଦର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ  କୌଣସି ଶିକାରୀ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ଟିକିଲିପଡା ଗ୍ରାମର ଖେଳପଡିଆ ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାରରୁ ଜି.ଆଇ.ତାର ଖଞ୍ଜି ସେଠାରୁ ପ୍ରାୟ ୧୦୦ ମିଟର ଦୂରତ୍ୱ ପର୍ଯ୍ୟନ୍ତ ଜଙ୍ଗଲ ରାସ୍ତାରେ ବିଛାଇଥିଲା। ଗତକାଲି ସଂଧ୍ୟାରେ ଉକ୍ତ ଗ୍ରାମର ଦଶିଆ ମୁଣ୍ଡାଙ୍କ ପୁଅ ଭକ୍ତ ମୁଣ୍ଡା (୪୦) ହଳ ସହିତ କୌଣସି କାମରେ ଉକ୍ତ ରାସ୍ତାଦେଇ ଜଙ୍ଗଲ ମଧ୍ୟକୁ ଯାଉଥିବା ବେଳେ ବଳଦ ହଳ ସେହି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ସଂଧ୍ୟାର ଅନ୍ଧକାର ମଧ୍ୟରେ କ’ଣ ହୋଇଛି ତାହା ଜାଣିନପାରି  ବଳଦ ମାନଙ୍କ ନିକଟକୁ ଯିବା ସମୟରେ ସେ ମଧ୍ୟ ଜୀବନ୍ତ ବିଦ୍ୟୁତ ତାର ସଂସ୍ପଷର୍ଭରେ ଆସି ଗୁରୁତର ଆହତ ହୋଇଥିଲେ ଓ  ଉକ୍ତ ବିଦ୍ୟୁତ ତାରଟି ଛିଣ୍ଡିଯାଇଥିଲା। ସୂଚନା ପାଇ ପରିବାର ଲୋକେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଆଜି ସକାଳେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଏସମ୍ପର୍କରେ ସୂଚନା ପାଇ କଂସର ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories