www.samajalive.in
Sunday, December 14, 2025
26.1 C
Bhubaneswar

ଦିଲ୍ଲୀ-ନୋଏଡା ସୀମାରେ କରୋନା ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ ଦିଲ୍ଲୀରୁ ଆସୁଥିବା ଲୋକଙ୍କ କରୋନା ପରୀକ୍ଷା ଆରମ୍ଭ କରିଛି। ନୋଏଡା ପ୍ରଶାସନ ଦ୍ବାରା ସୀମାରେ ଥିବା ଡିଏନଡି ଫ୍ଲାଏ ଓଭରରେ ନୋଏଡା ଯାଉଥିବା ଲୋକଙ୍କ କରୋନା ରାପିଡ ଟେଷ୍ଟ କରାଯାଉଛି। ନୋଏଡା ସିଏମଓ ଦୀପକ ଓହରୀ କହିଛନ୍ତି, ବର୍ତ୍ତମାନଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନୀୟମିତ ପରୀକ୍ଷା କରାଯିବ। ନୋଏଡାରେ ସଂକ୍ରମଣ ବାହାରୁ ଆସୁଛି କି ନାହିଁ ଯାଞ୍ଚ ପାଇଁ ଏହି ପରୀକ୍ଷା କରାଯାଉଛି।

ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ ହେଉଛି କରୋନା ସ୍ଥିତି । କରୋନାର ଦ୍ବିତୀୟ ଲହର ଏବେ ଦିଲ୍ଲୀରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତି ଘଣ୍ଟାରେ ଦିଲ୍ଲୀରେ କରୋନାରେ ୪ରୁ ଅଧିକ ଜୀବନ ଯାଉଛି। ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ଶହେ ପାଖାପାଖି ରହୁଛି। ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଥିବା  ବେଳେ ପୁଣି ରାପିଡ ଟେଷ୍ଟ ଆରମ୍ଭ କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ହଟସ୍ପଟ୍‌ ଏରିଆ ଗୁଡିକୁ ସଟଡାଉନ କରିବା ପାଇଁ ଯୋଜନା କରାଯାଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର। କରୋନା ସ୍ଥିତିରେ ସୁଧାର ଆସିବା ପରେ ଦିଲ୍ଲୀ ସରକାର ବିବାହ ଉତ୍ସବରେ ୨୦୦ ଜଣ ଅତିଥିଙ୍କୁ ଯୋଗ ଦେବାକୁ ଅନୁମତି ଦେଇଥିଲେ । କିନ୍ତୁ ଏହି ସଂଖ୍ୟାକୁ ୫୦କୁ କମାଇବାକୁ ଏବେ ଯୋଜନା କରାଯାଇଛି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories