www.samajalive.in
Saturday, December 13, 2025
26.1 C
Bhubaneswar

ଚଳିତବର୍ଷଠାରୁ ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଜୋତା, ମୋଜା ଏବଂ ସ୍ବେଟର

ଭୁବନେଶ୍ବର : ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜୋତା ପିଲାଙ୍କ ପାଦକୁ କୌଣସି ଖଣ୍ଡିଆଖାବରାଜନିତ ଦୁର୍ଘଟଣାରୁ ସୁରକ୍ଷା ଦେବ ଏବଂ ଶୀତଋତୁରେ ସ୍ବେଟର ସେମାନଙ୍କ ପାଇଁ ସହାୟକ ହେବ। ଏହାଦ୍ବାରା ଅଙ୍ଗନବାଡିରେ ଶିକ୍ଷାଲାଭ କରୁଥିବା ୧୬ଲକ୍ଷ ୧୪ ହଜାର ଶିଶୁ ଉପକୃତ ହେବେ।

ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ଉତ୍ସବରେ ସରକାରଙ୍କଦ୍ବାରା ସ୍ଥିରୀକୃତ ନିୟମାବଳୀ ଅନୁସାରେ ଶିଶୁମାନଙ୍କୁ ଏକ ହଳ କଳା ଜୋତା, ଏକ ହଳ ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ ବିଶିଷ୍ଟ ପୁରା ହାତର ସ୍ବେଟର ବଣ୍ଟନ ଆରମ୍ଭ ହୋଇଛି। ମଙ୍ଗଳବାର ସୁଦ୍ଧା ରାଜ୍ୟରେ ଥିବା ୭୨,୫୮୭ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨,୪୮୫ଟି କେନ୍ଦ୍ରରେ ଶିଶୁଙ୍କୁ ଏହା ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନଭେମ୍ବର ୨୫ ତାରିଖ ସୁଦ୍ଧା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁଙ୍କୁ ସ୍ବେଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ମାତୃଏବଂ ଯାଞ୍ଚ କମିଟିର ସଦସ୍ୟ, ପିତାମାତା, ଜେଜେବାପା, ଜେଜେମା’ମାନେ ଉପସ୍ଥିତ ଥିବା ପ୍ରକାଶ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories