www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ ସହିତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଆରବ ସାଗରରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଭାରତ ନୌସେନାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍‌ ବିକ୍ରମାଦିତ୍ୟ ସାମିଲ ହୋଇଛି। ଏହା ସହିତ ଆମେରିକାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ୟୁଏସଏସ୍ ନିମିଜ୍‌, ଅଷ୍ଟ୍ରେଲିଆ ନୌସେନାର ହାମସ୍‌ ବାଲାରାଟ ଓ ଜାପାନର ଜେଏସ୍ ମୁରାସାମେ ସାମିଲ​‌ ହୋଇଛି।

ବିକ୍ରମାଦିତ୍ୟରୁ ମିଗ୍-୨୯​‌କେ ଯୁଦ୍ଧବିମାନ ଉଡାଣ କରି ନିମିଜ୍‌ରେ ଅବତରଣ କରିଥିଲା। ସେହିପରି ନିମିଜ୍‌ରୁ ଏଫ-୧୮ ଓ ଇ୨ସି ହଉକେରୁ ଉଡାଣ କରି ବିକ୍ରମାଦିତ୍ୟରେ ଅବତରଣ କରିଥିଲା। ଏହି ସମରାଭ୍ୟାସ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ନଭେମ୍ବର ୩ରୁ ୬ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଚାଲିଥିଲା। ଏଥିରେ ବୁଡାଜାହାଜ ଓ ଯୁଦ୍ଧବିମାନ ଧ୍ବଂସର ରଣକୌଶଳ ପ୍ରଦର୍ଶନ କରାଯାଇଥିଲା। ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏହି ସମରାଭ୍ୟାସ ବେଜିଂକୁ ବିଚଳିତ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories