www.samajalive.in
Monday, December 8, 2025
24.1 C
Bhubaneswar

ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି ବିଶ୍ୱ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ବ୍ଲୁମବର୍ଗ ନିଉ ଇକୋନୋମି ଫୋରମ୍‍ର ତୃତୀୟ ବାର୍ଷିକ ବୈଠକରେ ଉଦବୋଧନ ଦେବା ଅବସରରେ ଭାରତର ସ୍ମାର୍ଟ ସିଟି ମିଶନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତିରେ ସହାୟତା କରିଥିବା ବ୍ଲୁମବର୍ଗ ନିଉ ଇକୋନୋମିର ମାଇକେଲ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଆମେ ଏବେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛେ ଯେଉଁଠାରେ ବିଶ୍ୱର ଅଧାରୁ ଅଧିକ ଜନସଂଖ୍ୟା ସହରାଞ୍ଚଳରେ ବସବାସ କରୁଛନ୍ତି। ସେ କହିଛନ୍ତି, ଆସନ୍ତା ୨ ଶତାବ୍ଦୀ ମଧ୍ୟରେ ଭାରତ ଏବଂ ଆଫ୍ରିକାର କେତେକ ଦେଶରେ ବ୍ୟାପକ ଭାବରେ ସହରୀକରଣ ହେବା କିନ୍ତୁ ଏ କ୍ଷେତ୍ରରେ କରୋନା ମହାମାରୀ ବିଶ୍ୱ ସ୍ଥରରେ ଅନେକ ପ୍ରତିବନ୍ଧକ ଓ ଆହ୍ୱାନ ସୃଷ୍ଟି କରିଛି। ଯେଉଁ ସହରଗୁଡିକୁ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଇଂଜିନ ବିବେଚିତ ହେଉଥିଲା ତାହା ଏବେ ଅସୁରକ୍ଷିତ ହୋଇପଡିଛି। କେବଳ ସେତିକି ନୁହେଁ, ମହାମାରୀ ପ୍ରଭାବରେ ଅନେକ ସହର ମଧ୍ୟ ସେମାନଙ୍କ ଅର୍ଥନୈତିକ ଅସ୍ତିତ୍ବ ହରାଇ ସାରିଲେଣି।

- Advertisement -

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏବେ ଆଉ ପୂର୍ବଭଳି ସହରରେ ଚଳଚଞ୍ଚଳତା ନାହିଁ, ଖୁସି ନାହିଁ କି ଆନନ୍ଦ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସାରା ବିଶ୍ୱ ଆଗରେ ଗୋଟିଏ ପ୍ରଶ୍ନ, ପୁଣି ଥରେ କିଭଳି ପୁନଃପ୍ରାରମ୍ଭ କରିହେବ। ସେ କହିଛନ୍ତି ଯେ ଯଦି ଆମେ ଆମ ମନୋଭାବରେ ପରିବର୍ତ୍ତନ ନ ଆଣିବା ଓ ମାନସିକତାରେ ପରିବର୍ତ୍ତନକୁ ସ୍ୱୀକାର ନ କରିବା, ସେ କ୍ଷେତ୍ରରେ ପୁନଃପ୍ରାରମ୍ଭ କରିବା ସମ୍ଭବ ନୁହେଁ। ଯେଭଳି ଦୁଇ ଦୁଇଟି ବିଶ୍ୱଯୁଦ୍ଧ ପରେ ଏକ ନୂଆ ବିଶ୍ୱ ପରିକଳ୍ପନା ନେଇ ପାରସ୍ପରିକ ସହମତିରେ ସବୁ କିଛି ନୂତନ ଭାବେ ଗଠନ କରାଯାଇ ପାରିଲା, ସେହିଭଳି କରୋନା ପରବର୍ତ୍ତୀ ବିଶ୍ୱ ଗଠନରେ ସମସ୍ତଙ୍କୁ ନୂଆ ଧାରଣା ସହ ପରିବର୍ତ୍ତନକୁ ସ୍ୱୀକାର କରିବାକୁ ପଡିବ। ଭାରତ ଏବଂ ସର୍ବୋପରି ବିଶ୍ୱର ବିକାଶ ପାଇଁ ନବସୃଜନକୁ ଗୁରୁତ୍ୱ ଦେଇ ବିକାଶର ଧାରାକୁ ଧରି ରଖିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ପରବର୍ତ୍ତୀ ବିଶ୍ୱର ଆବଶ୍ୟକତାକୁ ସମସ୍ତଙ୍କୁ ଜାଣିବାକୁ ପଡିବ ଏବଂ ବିଶେଷ କରି ସହରାଞ୍ଚଳର ନବୀକରଣ ଉପରେ ଧ୍ୟାନ ଦେବାକୁ ପଡିବ। ଭାରତୀୟ ସହରଗୁଡିକର ସକାରାତ୍ମକ ବୈଶିଷ୍ଟ ବର୍ଣ୍ଣନା କରି ମୋଦୀ କହିଛନ୍ତି, କୋଭିଡ ସମୟରେ ସହର ଉପରେ ନିର୍ଭର କରୁଥିବା ଲୋକେ ସହରଠାରୁ ମଧ୍ୟ ଅନେକ କିଛି ହାସଲ କରିଛନ୍ତି। ସେ କହିଛନ୍ତି ଯେ ଦେଶର ୨୭ଟି ସହରରେ ମେଟ୍ରୋ ରେଳ ବ୍ୟବସ୍ତା କରାଯାଉଛି ଏବଂ ୨୦୧୨ ସୁଦ୍ଧା ୧ ହଜାର କିଲୋମିଟର ମେଟ୍ରୋ ରେଳ ସେବା ଯୋଗାଇ ଦେବା ପାଇଁ ଲକ୍ଷ ରଖାଯାଇଛି। ଦେଶରେ ମେକ ଇନ ଇଣ୍ଡିଆରେ ଉତ୍ପାଦନ ଓ ପରିବହନ ବ୍ୟବସ୍ଥା ସହଜସାଧ୍ୟ ହେବା ସହ ନବସୃଜନ ଦେଶକୁ ବିକାଶ ଦିଗରେ ଅଗ୍ରସର ହେବାରେ ସାହାଯ୍ୟ କରିଛି। ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ କାର୍ଯ୍ୟକ୍ରମ ଦେଶର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories