www.samajalive.in
Wednesday, December 10, 2025
14.1 C
Bhubaneswar

ବାରାହା ମାଂସ ସହ ଛୁରୀ ଓ ବାଇକ୍‍ ଜବତ; ୪ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜ୍ ଅର୍ନ୍ତଗତ ତଳଗାଁରୁ ମଙ୍ଗଳବାର ବନବିଭାଗ ଚଢଉ କରି ୧୯ କେ.ଜି. ଓଜନର ବାରାହା ମାଂସ ସହ ଦୁଇଟି ଛୁରୀ ଓ ଗୋଟିଏ ବାଇକ୍‍ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋରରୁ ତଳଗାଁ ଫରେଷ୍ଟ ବିଟର ୩ଶହ ମିଟର ଦୂର ଶିବମନ୍ଦିର ପଛପାଖରେ ବାରହା ମାଂସ କଟା ହୋଇ ଚୋରାଚାଲାଣ ହେଉଥିବା ସଂର୍ପକରେ ବନବିଭାଗ ଖବରପାଇ ଚଢଉ କରିଥିଲା। ପ୍ରଥମ ଦଫାରେ ୧୨ କେଜି ଓଜନର ବାରାହା ମାଂସ ଜବତ କରିବା ସହ ଏହି ଘଟଣାରେ ହରଭଙ୍ଗା ଥାନା କୁମାରୀ ଗ୍ରାମର ସୁଶାନ୍ତ ବେହେରା(୪୦), ଦିଲ୍ଲୀପ ବେହେରା(୨୮)ଙ୍କୁ ଗିରଫ କରିବା ସହ ଏକ ହୋଣ୍ଡା ସାଇନ ଗାଡିକୁ ଜବତ କରିଥିଲା। ଦ୍ୱିତୀୟ ଦଫାରେ ଦୁଇ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ବୌଦ୍ଧ ଏ.ସି.ଏଫ ସୌମ୍ୟରଂଜନ ଗୋଛାୟତଙ୍କ ନିର୍ଦ୍ଦେଶରେ ପୁନର୍ବାର ଚଢଉ କରାଯାଇ ୭କେ.ଜି ଓଜନର ବାରାହା ମାଂସ ଜବତ କରିବା ସହ ୨ଟି ଛୁରୀ ସହ କୁମାରୀ ଗ୍ରାମର ଅଜିତ ବେହେରା ଏବଂ ବାବୁଲା ବେହେରାଙ୍କୁ ଗିରଫ କରିଥିଲା। ସମୁଦାୟ ୧୯କେ.ଜି ଓଜନର ବାରାହା ମାଂସ ସହ ୨ଟି ଛୁରୀ, ଗୋଟିଏ ବାଇକ୍ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏନେଇ ମାଧପୁର ରେଞ୍ଜ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଧପୁର ରେଞ୍ଜ  ଅଫିସର ସରୋଜ ମିଶ୍ର ସୂଚନା ଦେଇଛନ୍ତି। ଆଜି ଏହି ଚଢଉ ବେଳେ ବୌଦ୍ଧ ଏ.ସିଏଫ ସୌମ୍ୟରଂଜନ ଗୋଛାୟତ, ମାଧପୁର ରେଞ୍ଜ ଅଫିସର ସରୋଜ ମିଶ୍ର, ତଳଗାଁ ଫରେଷ୍ଟର ସଂଜୟ ଦନ୍ତା, ଫରେଷ୍ଟର ସ୍ୱାଧିନ ସାମଲ, ଫରେଷ୍ଟର କଲେକ୍ଟର ବେହେରା, ବନରକ୍ଷୀ ପ୍ରକାଶ ପ୍ରଧାନ,ଶୁଶାନ୍ତ ସାହୁ, ସତିଶ ରଂଜନ କମ୍ପ ପ୍ରମୁଖ ସାମିଲ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories