www.samajalive.in
Monday, December 8, 2025
14.1 C
Bhubaneswar

ମଞ୍ଚ ଅଭିନୟ ଦାବି କରି କଳାକାର ସଂଘ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭ

ଭଞ୍ଜନଗର : କଭୋଡି-୧୯ର ତାଲା ବନ୍ଦ ପର ଠାରୁ କଳାକାରମାନଙ୍କର ଅବସ୍ଥା ସଂଗୀନ ହୋଇ ପଡିଛି। ଖୋଲାମଂଚର ଅଭିନୟ ବନ୍ଦ ଯୋଗୁଁ କଳାକାରଙ୍କ ପାଖରେ କାଣି କଉଡିଏ ରୋଜଗାର ନାହଁ। ଫଳରେ ପେଟପାଟଣା ପାଇଁ କେଉଁ କଳାକାର ଘର ଡିହ ବନ୍ଧା କରିଲାଣି ତ ଅନ୍ୟ କିଏ ବାଦ୍ୟଯନ୍ତ ବନ୍ଧା ପକାଇଲେଣି। ଅନ୍ୟ କେତେକ ଦାଦନ ଖଟିବାକୁ ଭିଟାମାଟି ଛାଡି ବାହାରା ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହେଲେଣି। ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ଭଂଜନଗର, ଘୁମୁସର ମିଳିତ କଳାକାର ସଂଘର ଆବାହାକ ରବି ନରାୟଣ ଦାଶ। ମଙ୍ଗଳବାର ଶ୍ରୀ ଦାଶଙ୍କ ନେତୃତ୍ୱରେ ସଂଘ ତରପରୁ ଭଂଜନଗର ସହରରେ ଏକ ରାଲି କରି ଉପଜିଳ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଳାକାରମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରି୍ ସେମାନେ ବଂଚିବାର ପନ୍ଥା ଅନ୍ଧାକାର ହୋଇ ପଡିଛି ବୋଲି ଅଭିଯୋଗ କରିଥିଲେ। । କଳାକାର ହୋଇ ଜନ୍ମ ନେବା ଏକ ଅଭିଶାପ କି ବୋଲି ପ୍ରଶ୍ନ କରି ରାଜ୍ୟ ସରକାର ଏହି ଦିଗରେ ବିଚାର କରିବାକୁ ଦାବି କରିଥିଲେ। ଅନ୍ୟଥା ୨୦୨୧ ଜାନୁୟାରୀ ଶେଷ ସତ୍ପାହରେ ଘୁମୁସରର ମିଳିତ କଳାକାର  ମଂଚ ଏକ ବଡ ଧରଣର ଆନ୍ଦୋଳନ ପାଇଁ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମଂଚର ଅବାହାକ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି। ବାଉଁଶଲୁଣ୍ଡି ନୃତାୟନ ସଂଗୀତ ଅନୁଷ୍ଠାନ ତରଫରୁ ଶତାଧିକ କଳାକାର ହାତରେ ପ୍ଳାକାର୍ଡ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ସମୟରେ କଳାକାରମାନଙ୍କ ଦୁଃଖ ସରକାର ଶୁଣିବା ହେଉ-ମଂଚ ଅଭିନୟ ପାଇଁ  ଅନୁମତି ଦିଆଯାଉ-ନତୁବା ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଯୋଗାଇ ଦିଆଯାଉ ପ୍ରଭୃତି ଦାବି କରିଥିଲେ।  କଳାକାରଙ୍କ ବିକ୍ଷୋଭ ପଟୁଆର ଭଂଜନଗର ମୁଖ୍ୟରାସ୍ତା ଅତିକ୍ରାନ୍ତ କରି ବସ୍‌ଷ୍ଟାଣ୍ଡ ରାସ୍ତାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ। ଏଠାରେ କିଛି ସମୟ ପାଇଁ ପ୍ରତିବାଦ ସଭା କରି ସରକାର କରୋନା କଟକଣା ସତ୍ତ୍ବେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସହର ବଜାର, ହେଟେଲ ପ୍ରଭୃତିକୁ ଖୋଲିବାକୁ ଅନୁମତି ଦେଇଥିବା ବେଳେ କଳାକାରମାନଙ୍କୁ ମଂଚ ଅଭିନୟ କ୍ଷେତ୍ରରେ ଅନୁମତି ପ୍ରଦାନ କରିବାରେ ଦିଗ୍ଧା କାହିକିଁ ବୋଲି ପ୍ରଶ୍ନ ଜରିଥିଲେ। ଦୀର୍ଘ ୮ ମାସ ଧରି ସେମାନେ ହାତ ବାନ୍ଧି ବସି ରହିଛନ୍ତି  ବିଭିନ୍ନ ପର୍ବପାର୍ବଣରେ ଖୋଲା ମଂଚରେ ଭଜନ ସମାରୋହ, ମେଲୋଡି ଓ ନୃତ ଅଭିନୟ କରି ଦି ପଇସା ରୋଜଗାର କରି ନିଜର ଜୀବିକା ନିର୍ବାହ କରି ଅସୁଥିଲେ। କିନ୍ତୁ ଏବେ ସର୍ବତ୍ର ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ଏଯାବତ୍ ସେମାନଙ୍କର ଅଭିନୟ ମଂଚକୁ ସରକାର ତାଲା ବନ୍ଦ କରିରଖିଛନ୍ତି। ଏହା ଅତ୍ୟନ୍ତ ପରିତାପର ବିଷୟ। ସେମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଦାବି ପତ୍ରରେ ଉଳ୍ଲେଖ କରିଛି। ଶେଷରେ ମିଳିତ ସଂଘର ଶ୍ରୀ ଦାସଙ୍କ ସମେତ ନିରଂଜନ ବେହରା ଓ କେ.ବିଜୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବି  ପତ୍ର ପ୍ରଦାନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories