www.samajalive.in
Wednesday, December 10, 2025
14.1 C
Bhubaneswar

‘ଶିଶୁ ଏବଂ ଏସଡିଜି‘ ଉପରେ ୱେବିନାର ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ପାଳନର ଶୁଭାରମ୍ଭ କଲେ ସୁଜିତ କୁମାର

ଭୁବନେଶ୍ୱର : ମାନ୍ୟବର ରାଜ୍ୟସଭା ସାଂସଦ  ସୁଜିତ କୁମାର ତାଙ୍କ କାର୍ଯ୍ୟାଳୟର ଗ୍ଲୋବାଲ ଡେଭଲପମେଣ୍ଟ ଡାୟଲଗ୍ (ଜିଡିଡି) ଫୋରମ୍ ଅଧୀନରେ ଶିଶୁ ଏବଂ ଏସଡିଜି ଉପରେ ଏକ ୱେବିନାର୍ ସିରିଜ୍ ସହିତ ଆନ୍ତର୍ଜାତୀୟ ଶିଶୁ ସପ୍ତାହ ପାଳନ ଉତ୍ସବ ଆରମ୍ଭ କରିଛନ୍ତି।
ଉଦଘାଟନି ୱେବିନାରରେ ‘ଶିଶୁ ଏବଂ ଏସଡିଜି‘ ର ଯୋଗାଯୋଗ ଦୃଷ୍ଟିକୋଣ ଉପରେ ବିଚାର ବିମର୍ଶ କରାଯାଇଥିଲା। ୟୁନିସେଫ୍ ଓଡିଶାର ରାଜ୍ୟ ଯୋଗାଯୋଗ ପରାମର୍ଶଦାତା  ରୁଦ୍ର ପ୍ରସନ୍ନ ରଥ ଏବଂ ଶିଶୁ ଅଧିକାର ବିଶେଷଜ୍ଞ  ମନୋଜ ତ୍ରିପାଠୀ ଏହି ୱେବିନାର୍ ଯୋଗ ଦେଇଥିଲେ ଏବଂ ଏହି ଅଧିବେଶନକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଜନନୀତିର ସହକାରୀ ପ୍ରଫେସର  କମଳା କାନ୍ତ ଦାଶ ପରିଚାଳନା କରିଥିଲେ। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଜାଭିୟର୍ ୟୁନିଭରସିଟି ଏବଂ କଳିଙ୍ଗ କୁସୁମ୍ ଫାଉଣ୍ଡେସନ୍ ସହଭାଗିତାରେ ଏହି ୱେବିନିନାରର ଆୟୋଜନ କରାଯାଇଥିଲା।
ସାଂସଦ  ସୁଜିତ କୁମାର ବିଶିଷ୍ଟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏସଡିଜି ପ୍ରସଙ୍ଗରେ ଶିଶୁ ଅଧିକାରର ଗୁରୁତ୍ୱ ବିଷୟରେ ସ୍ପଷ୍ଟ କରିଥିଲେ। କଳିଙ୍ଗ କୁସୁମ୍ ଫାଉଣ୍ଡେସନର ରଞ୍ଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଅଧିକାର ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ର, ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories