www.samajalive.in
Friday, December 12, 2025
23.1 C
Bhubaneswar

ଏକ ମାସ ହେଲା ଜଳ ଯୋଗାଣ ବନ୍ଦ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ପଂଚାୟତରେ  ଗତ ଏକ ମାସ ହେଲା ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ବର୍ତ୍ତମାନ ପରିସ୍ଥିତିରେ ପଂଚାୟତ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ ଚାଲିଥିବା ଶିତଳଯୁଦ୍ଧ ଯୋଗୁଁ ପଂଚାୟତବାସୀ ଜଳ ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ।

ଖବର ପ୍ରକାରେ , ଗତ ଅକ୍ଟୋବର ୧୯ ତାରିକରେ ଜଳ ଯୋଗାଣ ପ୍ରକଳ୍ପରେ ବ୍ୟବହୃତ ଟ୍ରାନ୍ସଫରମର କୌଣସି କାରଣ ଯୋଗୁଁ ପୋଡ଼ି ଯାଇଛି। ଇତି ମଧ୍ୟରେ ଏକ ମାସ ପୁରଣ ହେବାକୁ ଆସିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହିଁ ମରାମତି। ଫଳରେ ସେହିଦିନ ଠାରୁ ପଂଚାୟତ ବାସୀ ପାଇ ପାରୁନାହାନ୍ତି ପାନୀୟ ଜଳ ସେବା। ଜଳ ପ୍ରକଳ୍ପ ନିର୍ମାଣ ପୂର୍ବରୁ ଗ୍ରାମବାସୀ ମାନେ ଯେଭଳି ଭାବେ ଆଖ ପାଖରେ ଥିବା ନଦୀ ଓ ନାଳ ଉପରେ ନିର୍ଭର କରୁଥିଲେ ପୁଣିଥରେ ସେହି ଅବସ୍ଥାକୁ ଫେରିବାକୁ ବାଧ୍ୟ ହୋଇଛୁ ବୋଲି ପ୍ରକାଶ କରିଛନ୍ତି ପଂଚାୟତର ବହୁ ଗ୍ରାମବାସୀ । ନାନା ଅସୁବିଧାରେ ଏବେ ପଂଚାୟତବାସୀ ଜୀବନ ବିତାଉଥିବା ବେଳେ ଏନେଇ ଗ୍ରାମବାସୀ ପର୍ତ୍ତମାହା ପଂଚାୟତ ଓ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀଙ୍କ ମଧ୍ୟ ଲିଖିତ ଭାବେ ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୂତନ ଟ୍ରାନସ୍ ଫରମରା ଲାଗିପାରୁନାହିଁ କିମ୍ବା ମରାମତି ମଧ୍ୟ ହୋଇ ପାରୁନାହିଁ ବୋଲି ଗ୍ରାମର ଜହନ ପ୍ରଧାନ ,ସୁଦର୍ଶନ ମଲିକ , ବିସିକେସନ ବଳିଆରସିଂ ,ଗର୍ଜନ ମଲିକ , ପୂର୍ଣ୍ଣଚନ୍ଦ୍ର ମଲିକ , ପ୍ରଶାନ୍ତ ନାୟକ ,ଆବିଲ୍ ନାୟକ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ପର୍ତ୍ତମାହା ପଂଚାୟତ ସରପଂଚ ଫଗୁ ପ୍ରଧାନଙ୍କୁ ପଚାରିବାରେ ବିଦ୍ୟୁତ୍ ବିଭାଗର ଚିଠି ପ୍ରକାରେ ଏନେଇ ୨୫ ହଜାର ଟଙ୍କା ବିଦ୍ୟୁତ୍ ବିଭାଗ ଆକାଉଣ୍ଟରେ ଗତ ଅକ୍ଟୋବର ୨୬ ତାରିଖ ଦିନ ଜମା କରାଯାଇଛି  କିନ୍ତୁ ଏସଂମ୍ପର୍କରେ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିଲେ ସେ କହୁଛନ୍ତି ଟଙ୍କା ଜମା କରିଥିବା ନେଇ ଆମକୁ କିଛି ରସିଦ୍ ମିଳିନାହିଁ। ସେହିଭଳି ପୂର୍ବରୁ ପଂଚାୟତ ମଧ୍ୟ ବିଦ୍ୟୁତ୍ ବକେୟା ବାବଦକୁ ୩୫ ହଜାର ଟଙ୍କା ବକେୟା ରହିଥିବା ବେଳେ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ବନ୍ଧାଯାଇ ନାହିଁ ବୋଲି କନିଷ୍ଠଯନ୍ତ୍ରୀ ପ୍ରକାଶ କରିଛନ୍ତି। ଟଙ୍କା ବାନ୍ଧିବାକୁ ନେଇ ବର୍ତ୍ତମାନ ପଂଚାୟତ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ପାଣି ଟୋପାଏ ପାଇଁ ଘାଣ୍ଟି ହେଉଛନ୍ତି ପଂଚାୟତବାସୀ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟିଦେଇ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories