www.samajalive.in
Friday, December 12, 2025
23.1 C
Bhubaneswar

ଭାଙ୍ଗିଲା ପୂର୍ବ ରେକର୍ଡ଼: ୧୬ କୋଟି ଟଙ୍କାରେ ନିଲାମ ହେଲା ନ୍ୟୁ-କିମ୍

ମନ୍ଦିରରୁ ମସଜିଦ୍ ପର୍ଯ୍ୟନ୍ତ ଚକ୍କର କାଟୁଥିବା ପକ୍ଷୀ ‘ପାରା’କୁ ନେଇ ଅନେକ କାହାଣୀ ଓ ଅନେକ ଗୀତ ଲେଖା ଯାଇଛି । ଅତୀତରେ ପାରାମାନେ ବାର୍ତାବହ ଓ ଡ଼ାକ ବହନ କରୁଥିବା ଶୁଣାଯାଇଛି । ଯୁଦ୍ଧ ସମୟରେ ପାରା ଦ୍ବାରା ଗୋପନ ତଥ୍ୟ ବିନିମୟ କରାଯାଉଥିବା ପଢ଼ିବାକୁ ମିଳେ । ନିକଟରେ ପାକିସ୍ତାନର ଏକ ପାରା ଭାରତକୁ ପଶି ଆସି ବନ୍ଦୀ ହୋଇଥିବା ମଧ୍ୟ ଚର୍ଚାର ବିଷୟ ହୋଇଥିଲା । ମାତ୍ର ଏବେ ଯେଉଁ ପାରାଟି ଚର୍ଚାରେ ରହିଛି ତାହାର ନାମ ହେଉଛି ନ୍ୟୁ-କିମ୍ । ଏହି ମାଇ ପାରାଟିକୁ ଚୀନର ଜଣେ ବ୍ୟକ୍ତି ୧୪ କୋଟି ଟଙ୍କାରେ କିଣିଛନ୍ତି । ଅବଶ୍ୟ କିଣିଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ କରାଯାଇନାହିଁ  । କୁହାଯାଉଛି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ନାମାନୁସାରେ ପାରାର ପାଳକ ଏହାର ନାମ ନ୍ୟୁ-କିମ୍ ରଖିଛନ୍ତି ।

- Advertisement -

ଖବର ସରବରାହ ସଂସ୍ଥା ଏଏଫପି ସୂଚନା ଅନୁସାରେ ବେଲଜିୟମର ବ୍ରୁସେଲ୍ସ ସହରରେ  ପକ୍ଷୀଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ଏକ ସଙ୍ଗଠନ ପିଜନ୍ ପାରାଡ଼ାଇଜ  ରବିବାର ଅନଲାଇନରେ କିଛି ପକ୍ଷୀଙ୍କୁ ନିଲାମ କରାଯାଇଥିଲା । ଏହି ସମୟରେ ଚୀନର ଜଣେ ବ୍ୟକ୍ତି ୧.୬ ନିୟୁତ ୟୁରୋ (ଭାରତୀୟ ମୁଦ୍ରାରେ ୧୪ କୋଟି ଟଙ୍କା)ରେ ମାଇ ପାରା ‘ନ୍ୟୁ କିମ୍’କୁ କିଣିବାକୁ ଡ଼ାକ (ଟେଣ୍ଡର) ଦେଇଥିଲେ । ବର୍ତମାନ ସୁଦ୍ଧା କୌଣସି ପାରା ବିକ୍ରି ନିମନ୍ତେ ଏହା ସର୍ବୋଚ୍ଚ ଡ଼ାକ । ଗତବର୍ଷ ଆର୍ମାଣ୍ଡୋ ନାମକ ଏକ ପାରା ୧୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ପିଜନ୍ ପାରାଡାଇଜ୍ (ପିପିଏ) ଅନୁଯାୟୀ, ନ୍ୟୁ କିମ ଏକ ଭଲ ପ୍ରଜାତିର ରେସିଂ ପାରା । ଯାହା ପ୍ରାରମ୍ଭିକ ବିଡ୍ ମାତ୍ର ୨୦୦ ୟୁରୋ ସହିତ ନିଲାମ ପାଇଁ ରଖାଯାଇଥିଲା |

ପିଜନ୍ ପାରାଡାଇଜ୍ ଚେୟାରମ୍ୟାନ୍ ନିକୋଲାସ୍ ଜିସେଲବ୍ରାଟ୍ କହିଛନ୍ତି ଏହା ଏକ ବିଶ୍ୱ ରେକର୍ଡ। ଏହାପୂର୍ବରୁ ଏତେ ବଡ଼ ମୂଲ୍ୟରେ କପୋତ ବିକ୍ରି ହେବାର କୌଣସି ସରକାରୀ ରେକର୍ଡ ନାହିଁ | ମୁଁ ଭାବୁନାହିଁ କୌଣସି କପୋତ ଏତେ ମୂଲ୍ୟରେ ବିକ୍ରି ହେବା ଭବିଷ୍ୟତରେ ମଧ୍ୟ ସମ୍ଭବ ନୁହେଁ ।  ’ନ୍ୟୁ କିମ’ ୨୦୧୮ ମସିହାରେ ଫ୍ରାନ୍ସରେ ଆୟୋଜିତ ହୋଇଥିବା ’ଏସି ପିଜି ଗ୍ରାଣ୍ଡ ନ୍ୟାସନାଲ ମିଡିଲ ଡ଼ିଷ୍ଟାନ୍ସ’ ପ୍ରତିଯୋଗିତାରେ ଚମ୍ପିଆନ ହୋଇଛି ।  ଏସିଆ ଏବଂ ଗଲ୍ଫ ଦେଶରୁ ଧନୀ କ୍ରେତାମାନେ ଅଧିକ ମୂଲ୍ୟରେ ଶହ ଶହ କିଲୋମିଟର ଉଡ଼ିବାର କ୍ଷମତା ସହିତ ପକ୍ଷୀ କିଣୁଛନ୍ତି।  କେବଳ ବେଲଜିୟମରେ ୨୦୦୦୦ ପ୍ରଜାତିର ରେସିଂ ପକ୍ଷୀ ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ନ୍ୟୁ କିମ ଏକ ବିଶ୍ବସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମପ୍ରାପ୍ତ ଓ  ଦ୍ରୁତ ଉଡ଼ାଣ  କ୍ଷେତ୍ରରେ ବାକି ପାରାମାନଙ୍କଠାରୁ  ବହୁତ ଆଗରେ ଅଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories