www.samajalive.in
Thursday, December 11, 2025
18.1 C
Bhubaneswar

ମହୁଲିରେ ଜମି ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବରଙ୍ଗପୁର: ପାପଡାହାଣ୍ଡି ଥାନା ଅନର୍ଗତ ମହୁଲି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ୩ଜଣ ଗୁରୁତର ମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟ ଲୟରେ ଭର୍ତି କରାଯାଇଛି।

ଘଟଣା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ପଞ୍ଚାୟତ ମହୁଲି ଗାଁରେ ଗାଁ ଠାକୁରାଣୀଙ୍କ ୪ ଏକର ୩୮ ସେଣ୍ଟ ଚାଷ ଜମିକୁ ନେଇ ଠାକୁରାଣୀ ମନ୍ଦିର ପୂଜକ ଓ ତାଙ୍କ ୮ ସମ୍ପର୍କୀୟ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।ଏ ହାପରେ ଉଭୟ ଗୋଷ୍ଠି ମାନ୍ୟବର ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଠାକୁରାଣୀଙ୍କ ଏହି ଜମି ଅଞ୍ଚଳରେ ମାନ୍ୟବର ଅଦାଲତ ଧାରା ୧୪୪ ଲାଗୁ କରିଥିଲେ। ବର୍ତମାନ ଏହି ଜମି ବିବାଦ ନବରଙ୍ଗପୁର ଅଦାଲତରେ ବିଚାରାଧୀନ ରହିଛି। ତଥାପି ମହୁଲି ଗ୍ରାମବାସୀ ମାନେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଧେଶକୁ ଅବମାନନା କରି ଚଳିତ ବର୍ଷ ଉକ୍ତ ବିବାଦିତ ଜମିରେ ଧାନ ଫସଲ କରିଥିଲେ। ଏବେ ଗ୍ରାମବାସୀ ମାନେ ଫସଲ କାଟିବାକୁ ଆରମ୍ଭ କରିବା ସମୟରେ ମନ୍ଦିରର ପୂଜକ ଥିବା ଯାନୀ ପରିବାର ଫସଲ କାଟିବା ପାଇଁ ଗ୍ରାମବାସୀଙ୍କୁ ବିରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଉଭୟଙ୍କ ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତେଲା ଦିଆଯାଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories